ସାଧାରଣନ୍ତ୍ର ଦିବସରେ ଦେଖିବାକୁ ମିଳିବ ନାରୀ ଶକ୍ତିର ଝଲକ, ମହିଳା ଅଧିକାରୀ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍‌ ସୋ’

Advertisment
ସାଧାରଣନ୍ତ୍ର ଦିବସରେ ଦେଖିବାକୁ ମିଳିବ ନାରୀ ଶକ୍ତିର ଝଲକ, ମହିଳା ଅଧିକାରୀ ପ୍ରଦର୍ଶନ କରିବେ ଡେୟାର ଡେଭିଲ୍‌ ସୋ’

New Indian Express

ନୂଆଦିଲ୍ଲୀ : ୩୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ନାରୀ ଶକ୍ତିର ପ୍ରଦର୍ଶନ ଦେଖିବାକୁ ମିଳିବ । ଦିଲ୍ଲୀ ରାଜପଥରେ ସେନାର ଡେୟାର ଡେଭିଲ ସୋ’ର ନେତୃତ୍ୱ ନେବେ ଜଣେ ମହିଳା ଅଧିକାରୀ ଭାବନା କସ୍ତୁରୀ। ଆସାମ ରାଇଫଲସର ଡେୟାର ଡେଭିଲ ଟିମ୍‌ର ମହିଳା ସଦସ୍ୟ ମୋଟରସାଇକେଲରେ ଷ୍ଟଣ୍ଟ ଦେଖାଇବେ । ଏହା ସାଧରଣତନ୍ତ୍ର ଦିବସ ପାଳନ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେଜର ଜେନେରାଲ ରାଜପାଲ ପୁନିଆ କହିଛନ୍ତି, ସାଧରଣତନ୍ତ୍ର ଦିବସରେ ନାରୀ ଶକ୍ତିର ପ୍ରଦର୍ଶନ ଦେଖିବାକୁ ମିଳିବ । ପରେଡ଼ରେ ଅଂଶଗ୍ରହଣ କରୁଥିବା ଅନେକ ପୁରୁଷ କଣ୍ଟିଜେଣ୍ଟର ନେତୃତ୍ୱ ନେବେ ମହିଳା ଅଧିକାରୀ । ଏଥି ସହ ଆସାମ ରାଇଫଲ୍‌ସର ଏକ ମହିଳା କଣ୍ଟିଜେଣ୍ଟ ମଧ୍ୟ ପରେଡ଼ରେ ସାମିଲ ହେବେ ।

publive-image Dainik BhaskarNew Indian Express

ଚଳିତ ବର୍ଷ ପରେଡ଼ରେ ଭାରତୀୟ ସେନା ପକ୍ଷରୁ ନିକଟରେ ସାମିଲ ହୋଇଥିବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମଧ୍ୟ ପ୍ରଦର୍ଶିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe