ଲକ୍‌ଡାଉନ୍‌: ୩୨କୋଟି ଶିଶୁ ସ୍କୁଲଶିକ୍ଷାରୁ ବଞ୍ଚିତ

Advertisment
ବଦଳିଯିବ କି ଶିକ୍ଷାବର୍ଷ? ୨୦୨୦-୨୧ ଶିକ୍ଷାବର୍ଷ ଗଡ଼ିଗଲାଣି ୪ ମାସ

Image Source: TimesNow

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବବ୍ୟାପୀ ଶିକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ମହାସଙ୍କଟର କାରଣ ହୋଇଛି। ୟୁନେସ୍କୋର ଏକ ରିପୋର୍ଟ ମୁତାବକ ଭାରତରେ ୩୨୧ ନିୟୁତ ଶିଶୁ ମହାମାରୀ ଯୋଗୁଁ ସ୍କୁଲ ଯିବାରୁ ବଞ୍ଚିତ ହୋଇଛନ୍ତି। ପ୍ରାୟ ୧୦ ସପ୍ତାହ ତଳୁ ଏହି ଶିଶୁମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଯିବାକୁ ବାରଣ କରାଯାଇଥିଲା ଏବଂ ଦେଶରେ ଏବେ ଲକ୍‌ଡାଉନ୍‌-୪ ଯୋଗୁଁ ମଧ୍ୟ ଏ ବାବଦ କଟକଣା ବଳବତ୍ତର ରହିଛି। ଭାରତରେ ପ୍ରାଥମିକ ଶିକ୍ଷାର ସ୍ଥିତି ଅତି ଦୁର୍ବଳ ରହିଛି ଏବଂ ୨୦୧୮ର ଏକ ରିପୋର୍ଟ ମୁତାବକ ଗ୍ରାମାଞ୍ଚଳରେ ୫ମ ଶ୍ରେଣୀର ପ୍ରାୟ ୫୦ ପ୍ରତିଶତ ପିଲା ଦ୍ବିତୀୟ ଶ୍ରେଣୀର ବହି ବି ପଢ଼ିପାରୁ ନାହାନ୍ତି ଏବଂ ଗଣିତ ବିଷୟରେ ପ୍ରାୟ ୭୫ ପ୍ରତିଶତ ଛାତ୍ରଛାତ୍ରୀ ଖୁବ୍‌ ଦୁର୍ବଳ।

ଏଭଳି ସ୍ଥିତିରେ କରୋନା ସଙ୍କଟ ଯୋଗୁଁ ଏବେ ସ୍କୁଲ ଯିବାରୁ ବଞ୍ଚିତ ହୋଇଥିବା ପିଲାଙ୍କ ପାଇଁ ଆଗକୁ ସମସ୍ୟା ଆହୁରି ବଢ଼ିବ। ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷା ସ୍ବପ୍ନ ଭଳି ହୋଇଥିବା ବେଳେ ଅଭିଭାବକମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ ଶିକ୍ଷାଦାନ ତ୍ୱରାନ୍ୱିତ ହେବ ଏବଂ ପିଲାଏ କିଭଳି ଚାପମୁକ୍ତ ହୋଇ ପଢ଼ିପାରିବେ ସେ ନେଇ ସବୁ ମହଲ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe