ପାନ ମସାଲା ମାଲିକଙ୍କ ସ୍ତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

Advertisment

ଟାୟାର ଫାଟିଯିବାରୁ ଓଲଟି ପଡ଼ିଲା କାର। ଦୁର୍ଘଟଣାରରେ ପ୍ରାଣ ହରା‌ଇଲେ କେସର ପାନ ମସାଲା କମ୍ପାନି ମାଲିକ ହରିଶ ମଖିଜାଙ୍କ ପତ୍ନୀ ପ୍ରୀତି ମଖିଜା। ଅନ୍ୟ ୫ଜଣ ଆହତ ଡାକ୍ତରଖାନାରେ ହେଉଛନ୍ତି ଚିକିତ୍ସିତ।

ଟାୟାର ଫାଟିଯିବାରୁ ଓଲଟି ପଡ଼ିଲା କାର। ଦୁର୍ଘଟଣାରରେ ପ୍ରାଣ ହରା‌ଇଲେ କେସର ପାନ ମସାଲା କମ୍ପାନି ମାଲିକ ହରିଶ ମଖିଜାଙ୍କ ପତ୍ନୀ ପ୍ରୀତି ମଖିଜା। ଅନ୍ୟ ୫ଜଣ ଆହତ ଡାକ୍ତରଖାନାରେ ହେଉଛନ୍ତି ଚିକିତ୍ସିତ।

୪୫

ନୂଆଦିଲ୍ଲୀ: ଲକ୍ଷ୍ମୌ -ଆଗ୍ରା ଏକ୍ସପ୍ରେସୱେରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି।  କାନପୁରରୁ ଆଗ୍ରା ଯାଉଥିବା ଏକ କାର ହଠାତ୍ ରାସ୍ତାରେ ଓଲଟି ପଡିଥିଲା। ଏହି କାର ଦୁର୍ଘଟଣାରେ କାନପୁରର ଜଣେ ପ୍ରସିଦ୍ଧ ଶିଳ୍ପପତିଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। 

ସୂଚନାଯୋଗ୍ୟ, ଲକ୍ଷ୍ମୌ-ଆଗ୍ରା ଏକ୍ସପ୍ରେସୱେରେ ମାଇଲଷ୍ଟୋନ୍ ୭୯ ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା କାରର ଟାୟାର ହଠାତ ଫାଟି ଯାଇଥିବା ହେତୁ ଘଟିଥିବା କୁହାଯାଉଛି। ଟାୟାର ଫାଟିଯିବା ହେତୁ କେହି କିଛି ବୁଝିବା ପୂର୍ବରୁ କାରଟି ଓଲଟି ପଡିଥିଲା ଏବଂ କେସର ପାନ ମସାଲା କମ୍ପାନି ମାଲିକ ହରିଶ ମଖିଜାଙ୍କ ପତ୍ନୀ ପ୍ରୀତି ମଖିଜା ପ୍ରାଣ ହରାଇ ଦେଇଥିଲେ।

କେସର ଓ ପାନ ପରାଗ ପାନ ମସାଲାର ମାଲିକ ହରିଶ ମାଖିଆଙ୍କ ସ୍ତ୍ରୀ ପ୍ରୀତି ମାଖିଜା, ଶିଳ୍ପପତି ଦୀପକ କୋଠାରୀଙ୍କ ପତ୍ନୀ ଦୀପ୍ତି କାନପୁରରୁ ଆଗ୍ରା ଯାଉଥିଲେ। ଏହି ଯାତ୍ରାରେ ବିଏମଡବ୍ଲୁ ଏବଂ ଇନୋଭା ସମେତ ତିନୋଟି ଗାଡ଼ି ଅନ୍ତର୍ଭୁକ୍ତ ଥିଲା। 
ଗତ ଶୁକ୍ରବାର ସନ୍ଧ୍ୟା ୫.୩୦ ରେ ଏହି ଦୁର୍ଘଟଣା ଘଟିଥିଲା। କରହଲ ପୁଲିସ ଷ୍ଟେସନ ଅଞ୍ଚଳର ମାଇଲଷ୍ଟୋନ ୭୯ ନିକଟରେ ପ୍ରୀତି ମାଖିଜାଙ୍କ କାରର ଟାୟାର ଫାଟି ଯାଇ କାରଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ପ୍ରୀତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଦୀପ୍ତି ଏବଂ ଡ୍ରାଇଭର ସମେତ ତିନିଜଣ ଆହତ ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ସେଫେଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଔଷଧ ଓ ଇନଜେକସନ ପରେ ଦୁହେଁ ଏବେ ବିବଦମୁକ୍ତ ଅଛନ୍ତି। 

ସୂଚନାନୁସାରେ, ଦୁର୍ଘଟଣାର ଅଧ ଘଣ୍ଟା ପୂର୍ବରୁ ଗାଡି ଫୁଡ଼ପ୍ଲାଜାରେ ଅଟକି ରହିଥିଲା ଯେଉଁଠାରେ ସମସ୍ତେ ଜଳଖିଆ ଖାଇଥିଲେ। ଏହା ପରେ ସମସ୍ତେ କାରରେ ବସି ଆଗ୍ରା ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe