ଜଣେ ରୋଗୀଙ୍କ ଶରୀରରୁ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ ଚିହ୍ନଟ; ଅସ୍ତ୍ରୋପଚାର ପାଇଁ ଲାଗିଲା ତିନିଘଣ୍ଟା

Advertisment
ଜଣେ ରୋଗୀଙ୍କ ଶରୀରରୁ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ ଚିହ୍ନଟ; ଅସ୍ତ୍ରୋପଚାର ପାଇଁ ଲାଗିଲା ତିନିଘଣ୍ଟା

ଲକ୍ଷ୍ମୌ: ଲକ୍ଷ୍ମୌରେ କରୋନା ସଂକ୍ରମଣ କାଳରେ ଜଣେ ରୋଗୀଙ୍କ ଶରୀରରୁ ତିନିଟି ଫଙ୍ଗସ ଚିହ୍ନଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତିନିଟି ଫଙ୍ଗସ ଅର୍ଥାତ ଧଳା, କଳା ଓ ହଳଦିଆ। ତେବେ ଆଶ୍ବସ୍ତିର କଥା ଡାକ୍ତର ତିନିଘଣ୍ଟା ଅସ୍ତ୍ରୋପଚାର କରି ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଫୌଜାବାଦରେ ରହୁଥିବା ରୋଗୀ ସ୍ବରସ୍ବତୀ ଦେବୀ ଏକ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେ‌ଗେଟିଭ ଆସିଥିଲା।

Does Black Fungus Affect Your Eyesight? Here is What we Know

କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ଲକ୍ଷ୍ମୌର ଘରୋଇ ହସ୍ପିଟାଲ ‘ରାଜଧାନୀ ହସ୍ପିଟାଲ‌’ରେ  ଚିକିତ୍ସା ପାଇଁ ପହଞ୍ଚିଥିଲେ। ଏହି ସମୟରେ ସେ ଫଙ୍ଗସର ଶିକାର ହୋଇଥିବା ଡାକ୍ତର କହିଥିଲେ। ତେ‌ବେ ଆଶ୍ଚର୍ଯ୍ୟର କଥାଟି ହେଉଛି ଡାକ୍ତର ଯେତେବେଳେ ସ୍ବରସ୍ବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ତିନିଟି ଫଙ୍ଗସ ବ୍ଲାକ, ହ୍ବାଇଟ ଓ ୟେଲୋର ଶିକାର ହୋଇଥିବା କହିଥିଲେ। ଏହାପରେ ଡାକ୍ତର ତୁରନ୍ତ ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ତିନିଘଣ୍ଟା ଅସ୍ତ୍ରୋପଚାର ପରେ ସ୍ବରସ୍ବତୀ ଏବେ ସୁସ୍ଥ ଅଛନ୍ତି। ତାଙ୍କ ଶରୀର ଅବସ୍ଥା ଏବେ ସ୍ଥିର ରହିଛି।

କରୋନା ସଂକ୍ରମଣ ପରେ ଜଣେ ବ୍ୟକ୍ତି ଏକାସାଙ୍ଗରେ ତିନିଟି ଫଙ୍ଗସର ଶିକାର ହେବା ପ୍ରଥମ ଘଟଣା ବୋଲି ରାଜଧାନୀ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି। ଦେଖିବାକୁ ଗଲେ ଏଭଳି ଘଟଣା ଦେଶରେ ଦ୍ବିତୀୟ ଥର ସାମ୍ନାକୁ ଆସିଛି। ଏହାପୂର୍ବରୁ ଗାଜିଆବାଦରୁ ଏମିତି ଏକ ରୋଗୀଙ୍କ ଶରୀରରେ ତିନିଟି ଫଙ୍ଗସ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe