ଝିଅର ଇନ୍‌ସୁଲିନ୍ ପାଇଁ ଟଙ୍କା ନଥିବାରୁ ଜୀବନ ହାରିଲା ବାପା

New Project (3)

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ଋଣଗ୍ରସ୍ତ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ଫେସବୁକ୍ ଲାଇଭ୍‌ରେ ନିଜର ଯନ୍ତ୍ରଣା ପ୍ରକାଶ କରିଥିଲେ। ବ୍ୟବସାୟୀଜଣକ କହିଥିଲେ ଯେ, ତାଙ୍କ ଝିଅ ପାଇଁ ଇନସୁଲିନ୍ ଇଞ୍ଜେକ୍ସନ୍ କିଣିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ନାହିଁ। ଶ୍ୱାସରୁଦ୍ଧ ହୋଇଯାଉଥିବା ସ୍ୱରରେ ସେ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ, ପ୍ରଧାନମନ୍ତ୍ରୀ ମୋଦି, ବଡ଼ ବଡ଼ ଶିଳ୍ପପତି ଏବଂ ସେଲିବ୍ରିଟିଙ୍କୁ ମଧ୍ୟ ନିବେଦନ କରିଥିଲେ। ଭିଡିଓ ବନାଇବା ପରେ ସେ ନିଜକୁ ଗୁଳି କରିଥିଲେ। ବ୍ୟବସାୟୀ ଜଣକ ନିଜ ଅଫିସରେ କାମ କରୁଥିବା ଗାର୍ଡଙ୍କ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ବ୍ୟବସାୟୀଙ୍କ ଉପରେ କୋଟି କୋଟି ଟଙ୍କାର ଋଣ ଥିଲା, ଯାହା ଯୋଗୁଁ ସେ ଗତ ଅଢ଼େଇ ବର୍ଷ ଧରି ମାନସିକ ଚାପରେ ରହୁଥିଲେ। ସେ ତାଙ୍କ ଫେସବୁକ୍ ଲାଇଭ୍ ସମୟରେ ଏହି ସୂଚନା ଦେଇଥିଲେ। ଫେସବୁକ୍ ଲାଇଭ୍ ଦେଖିବା ପରେ ପରିବାର ଲୋକ ତୁରନ୍ତ ପୁଲିସକୁ ଫୋନ୍ କରି ତାଙ୍କ ଅଫିସରେ ପହଞ୍ଚିଥିଲେ। ହେଲେ ସେତବେଳକୁ ବ୍ୟବସାୟୀ ଜଣକ ଜୀବନ ହାରି ସାରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe