ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପି ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଗୈରିକ ରଙ୍ଗ କରିବା ଅଭିଯାନ ଆରମ୍ଭ କରିଛନ୍ତି। ସଚିବାଳୟ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବରିଷ୍ଠ ପ୍ରଶାସକମାନଙ୍କ କାର୍ଯ୍ୟାଳୟକୁ ଗୈରିକ ରଙ୍ଗ କରିବା ପରେ ଆଜି ଲକ୍ଷ୍ନୌ ହଜ୍ କାର୍ଯ୍ୟାଳୟକୁ ମଧ୍ୟ ସେହି ରଙ୍ଗ ବୋଳାଯାଇଛି। ମୁଖ୍ୟତଃ ହିନ୍ଦୁଧର୍ମ ସହ ଜଡ଼ିତ ଏହି ଗୈରିକ ରଙ୍ଗ ବିଶେଷ କରି ସଙ୍ଘ ପରିବାର ଏବଂ ବିଜେପିର ପ୍ରତୀକ ବୋଲି ସମସ୍ତେ ଜାଣିଛନ୍ତି। ତେଣୁ ହଜ୍ କାର୍ଯ୍ୟାଳୟର ବାହ୍ୟ ଅଂଶକୁ ଗୈରିକ ରଙ୍ଗ କରିବାକୁ ନେଇ କିଛି ମୁସଲିମ ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ଆଭିମୁଖ୍ୟକୁ ବିରୋଧ କରିଛନ୍ତି। ଅପରପକ୍ଷେ, ଏହି ଘଟଣାକୁ ନେଇ ବିବାଦ ଆରମ୍ଭ କରିବା ଠିକ୍ ନୁହେଁ ବୋଲି ଉତ୍ତରପ୍ରଦେଶର ମନ୍ତ୍ରୀ ମୋହଶିନ ରାଜା କହିଛନ୍ତି। ଗୈରିକ ହେଉଛି ଏକ ଉଜ୍ଜ୍ୱଳିତ ରଙ୍ଗ ଏବଂ ଏହାଦ୍ୱାରା କୋଠାଗୁଡ଼ିକ ଖୁବ୍ ସୁନ୍ଦର ମଧ୍ୟ ଲାଗଥିବାରୁ ଏପରି କରାଯାଉଛି ବୋଲି ସେ ସଫେଇ ଦେଇଛନ୍ତି।
ଗୈରିକ ରଙ୍ଗ ହେଲା ଲକ୍ଷ୍ନୌ ହଜ୍ କାର୍ଯ୍ୟାଳୟ
Advertisment
Follow Us