କ୍ୟାସ୍‌ଅନ୍‌ ଡେଲିଭରିରେ ଫୋନ୍‌ ବରାଦ ଦେଇ ଡେଲିଭରି ଏଜେଣ୍ଟ୍‌ଙ୍କୁ ହତ୍ୟା!

Advertisment

ଲକ୍ଷ୍ନୌର ଜଣେ ଯୁବକ ଅନ୍‌ଲାଇନ୍‌ରୁ ଏକ ଫୋନ୍‌ କ୍ୟାସଅନ୍‌ ଡେଲିଭରିରେ ବରାଦ ଦେଇଥିଲେ। ଫୋନ୍‌ଟିକୁ ନେଇ ଡେଲିଭରି ଏଜେଣ୍ଟ୍‌ ଯେତେବେଳେ ଯୁବକଙ୍କ ପାଖରେ ପହଞ୍ଚିଥିଲେ ତ ଟଙ୍କା ଦେବାକୁ ପଡ଼ିବନି ବୋଲି ଯୁବକ ଜଣକ ଉକ୍ତ ଡେଲିଭରି ଏଜେଣ୍ଟ୍‌କୁ ହତ୍ୟା କରିବାକୁ ପଛାଇ ନଥିଲେ। 

Updated On

ଲକ୍ଷ୍ନୌର ଜଣେ ଯୁବକ ଅନ୍‌ଲାଇନ୍‌ରୁ ଏକ ଫୋନ୍‌ କ୍ୟାସଅନ୍‌ ଡେଲିଭରିରେ ବରାଦ ଦେଇଥିଲେ। ଫୋନ୍‌ଟିକୁ ନେଇ ଡେଲିଭରି ଏଜେଣ୍ଟ୍‌ ଯେତେବେଳେ ଯୁବକଙ୍କ ପାଖରେ ପହଞ୍ଚିଥିଲେ ତ ଟଙ୍କା ଦେବାକୁ ପଡ଼ିବନି ବୋଲି ଯୁବକ ଜଣକ ଉକ୍ତ ଡେଲିଭରି ଏଜେଣ୍ଟ୍‌କୁ ହତ୍ୟା କରିବାକୁ ପଛାଇ ନଥିଲେ। 

ଅଦ୍ୟତନ ହୋଇଛି
delivery

ନୂଆଦିଲ୍ଲୀ: ମହଙ୍ଗା ଫୋନ୍‌ର ସଉକ ଜଣେ ଯୁବକକୁ ହତ୍ୟାକାରୀ ସଜାଇ ଦେଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଲକ୍ଷ୍ନୌର ଜଣେ ୩୦ ବର୍ଷୀୟା ଯୁବକ ଅନ୍‌ଲାଇନ୍‌ ସାଇଟ୍‌ରୁ ୧ ଲକ୍ଷ ଟଙ୍କା ମୂଲ୍ୟର ଫୋନ୍‌ ବରାଦ ଦେଇଥିଲେ। ସେ ସେହି ଫୋନ୍‌ଟିକୁ କ୍ୟାସ୍ଅ‌ନ୍‌ ଡେଲିଭରିରେ ବରାଦ ଦେଇଥିଲେ। ଫୋନ୍‌ଟିକୁ ନେଇ ଡେଲିଭରି ଏଜେଣ୍ଟ୍‌ ଯେତେବେଳେ ଯୁବକଙ୍କ ପାଖରେ ପହଞ୍ଚିଥିଲେ ତ ଟଙ୍କା ଦେବାକୁ ପଡ଼ିବନି ବୋଲି ଯୁବକ ଜଣକ ଉକ୍ତ ଡେଲିଭରି ଏଜେଣ୍ଟ୍‌ଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ। 

ପୀଡ଼ିତ ଭାରତ ପ୍ରଜାପତିଙ୍କୁ ଅଭିଯୁକ୍ତ ସେପ୍ଟେମ୍ବର ୨୩ ତାରିଖରେ ହତ୍ୟା କରିଥିବା ପୁଲିସ୍‌ ସୂଚନା ଦେଇଛି। ଅଭିଯୁକ୍ତ ଗଜାନନ ଓ ତାଙ୍କ ସହଯୋଗୀ ଆକାଶ ମିଶି ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି। ସେମାନେ ହତ୍ୟା କରିବା ପରେ ମୃତଦେହକୁ ଇନ୍ଦିରା କ୍ୟାନେଲ୍‌ରେ ଫିଙ୍ଗି ଦେଇଥିଲେ ବୋଲି ପୁଲିସ୍‌ ଡେପୁଟି କମିସନର ଶଶାଙ୍କ ସିଂହ କହିଛନ୍ତି।

ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଯେତେବେଳେ ଡେଲିଭରି ଏଜେଣ୍ଟ୍‌ ଜଣକ ଘରକୁ ଫେରିନଥିଲେ ତ ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା। ତା’ପରେ ସେମାନେ ପୁଲିସ୍‌ରେ ନିଖୋଜ ଅଛନ୍ତି ବୋଲି ଏକ ଅଭିଯୋଗ କରିଥିଲେ। ପୁଲିସ୍‌ ତଦନ୍ତ ଆରମ୍ଭ କରି କଲ ରେକର୍ଡ ମାଧ୍ୟମରେ ଗଜାନନଙ୍କ ନମ୍ବରକୁ ଚିହ୍ନଟ କରିଥିଲା। ପଚରାଉଚରା ବେଳେ ଗଜାନନଙ୍କ ବନ୍ଧୁ ଆକାଶ ଏହି ଅପରାଧକୁ ସ୍ୱୀକାର କରିଛନ୍ତି। ତେବେ ଅଭିଯୁକ୍ତ ଜଣକ ଅନ୍‌ଲାଇନ୍‌ ସାଇଟ୍‌ରୁ ଗୁଗୁଲ୍‌ ପିକ୍ସେଲ୍‌ ଏବଂ ଭିଭୋ ଫୋନ୍‌ ବରାଦ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe