aajtak
ଲକ୍ଷ୍ନୌ: ଆଜି ପାହାନ୍ତା ପୂର୍ବରୁ କେତେକ ଅଜ୍ଞାତ ବ୍ୟକ୍ତି ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅଙ୍କ ଛାତିରେ ଗୁଳି ମାରିଥିଲେ। ବିଜେପି ସାଂସଦଙ୍କ ପୁତ୍ର ଆୟୁଷ ବାହାରକୁ ବୁଲିବାକୁ ଯାଇଥିବା ସମୟରେ ଆକ୍ରମଣକାରୀମାନେ ତାଙ୍କୁ ଗୁଳି ମାରିଥିଲେ। ପ୍ରଥମେ ତାଙ୍କ ଉପରକୁ କିଏ ଗୁଳି ଚଳାଇଥିଲା, ସେ ନେଇ ଜଣାପଡ଼ିନଥିବା ବେଳେ ଏବେ ଚାଞ୍ଚଲ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟକୁ ଫସାଇବା ପାଇଁ ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷ ନିଜ ଶଳାକୁ କହି ନିଜ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି।
ପୁଲିସ ଗୁଳି କରାଯାଇଥିବା ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ସବୁ ସତ ମାନି ନେଇଛି। ଲକ୍ଷ୍ନୌ ପୁଲିସ କମିସନର ଡି.କେ ଠାକୁର କହିଛନ୍ତି ଯେ, ରାତି ପ୍ରାୟ ୨.୧୦ ସମୟରେ ଏହି ଘଟଣା ଘଟିଥିଲା। ପ୍ରଥମେ କିଛି ଅଜଣା ଆକ୍ରମଣକାରୀ ସାଂସଦଙ୍କ ପୁଅ ଆୟୁଷଙ୍କ ଉପରକୁ ଗୁଳି ଚଳାଇଥିବାର ସନ୍ଦେହ କରାଯାଇଥିଲା। କିନ୍ତୁ ଏବେ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଛି। ସାଂସଦଙ୍କ ପୁଅ ଆୟୁଷ ନିଜ ଶଳାକୁ କହି ନିଜ ଉପରକୁ ଗୁଳି ଚଳାଇଥଲେ।
aajtakଅଭିଯୁକ୍ତ ଶଳା ପୁଲିସ ଆଗରେ କହିଛି ଯେ, ସାଂସଦଙ୍କ ପୁଅଙ୍କର ଚନ୍ଦନ ଗୁପ୍ତା, ମନୀଷ ଜୈସୱାଲ ଏବଂ ପ୍ରଦୀପ କୁମାର ସିଂଙ୍କ ସହ କିଛି ଶତ୍ରୁତା ରହିଥିଲା। ​​ତେଣୁ ଏହି ଲୋକଙ୍କୁ ଫସାଇବା ପାଇଁ ସେ ଏଭଳି ଏକ ଷଡ଼ଯନ୍ତ୍ର କରିଥିଲେ। ଏଭଳି କରି ସାଂସଦଙ୍କ ପୁଅ ୩ଜଣଙ୍କୁ ଜେଲ ପଠାଇବାକୁ ଚାହୁଁଥିଲେ।
Follow Us