ଲକ୍‌ଡାଉନ୍‌: ପୃଥିବୀରେ ବିରାଜୁଛି ଶାନ୍ତି ଓ ସ୍ୱଚ୍ଛତା

Advertisment
ଲକ୍‌ଡାଉନ୍‌: ପୃଥିବୀରେ ବିରାଜୁଛି ଶାନ୍ତି ଓ ସ୍ୱଚ୍ଛତା

Economictimes. - The Economic Times

ନୂଆଦିଲ୍ଲୀ: କରୋନାଭୂତାଣୁ ନବ୍ୟାପିବା ପାଇଁ ବିଶ୍ୱବ୍ୟାପୀ ଲୋକମାନେ ଗୃହବନ୍ଦୀ ହୋଇ ରହିବାରୁ, ଅସ୍ଥାୟୀ ଭାବେ ହେଉ ପଛେ ବାୟୁ ଶୁଦ୍ଧ ହୋଇଯାଇଛି। ତାରାମାନେ ରାତିରେ ଅଧିକ ଉଜ୍ଜଳ ଦିଶୁଛନ୍ତି। ବହୁ ଜାଗାରେ ଲୋକମାନେ ପଶୁପକ୍ଷୀମାନଙ୍କୁ ଖୋଲାଖୋଲି ଦେଖୁଛନ୍ତି, ଯାହା ସେମାନେ ଅତୀତରେ କେବେ ଦେଖିନଥିଲେ। ଭାରତର ସର୍ବାଧିକ ପ୍ରଦୂଷିତ ସହର ନୂଆଦିଲ୍ଲୀରେ ଧୂଆଁ ଛାଇଯାଉଥିବା ବେଳେ ଏବେ ସବୁକିଛି ସ୍ୱଚ୍ଛ ଦିଶୁଛି। ଯୁକ୍ତରାଷ୍ଟ୍ର ଆମେରିକାରେ ନାଇଟ୍ରୋଜେନ୍‌ ଡାଇଅକ୍ସାଇହ୍‌ ପ୍ରଦୂଷଣ ୩୦%କୁ ଖସିଆସିଛି। ରୋମ୍‌ରେ ବାୟୁ ପ୍ରଦୂଷଣ ମାର୍ଚ ମଧ୍ୟଭାଗରୁ ଏପ୍ରିଲ ମଧ୍ୟଭାଗ ଭିତରେ ୪୯% କମିଯାଇଛି। ତାରକାମାନେ ଅଧିକ ସ୍ପଷ୍ଟ ଦିଶୁଛନ୍ତି। ଭାରତରେ ବନ୍ୟଜନ୍ତୁ ସହର ଭିତରକୁ ପଶି ଆସୁଥିବା ବେଳେ ଭୋକିଲା ମାଙ୍କଡ଼ ଘରେ ପଶିଯାଉଛନ୍ତି ଏବଂ ଫ୍ରିଜ୍‌ ଖୋଲି ଖାଦ୍ୟ ଖୋଜୁଛନ୍ତି। ମାର୍ଚ ମାସରେ ଏକ ବଣୁଆ ହାତୀ ଭୁବନେଶ୍ୱର ସହର ଭିତରକୁ ପଶି ଆସିଥିଲା। ଅବଶ୍ୟ କାହାର କିଛି କ୍ଷତି କରି ନଥିଲା। ପ୍ୟାରିସ୍‌, ବେଙ୍ଗାଲୁରୁ, ସିଡ୍‌ନି, ଲସ୍‌ଏଞ୍ଜେଲସ, ରିଓ-ଡେ-ଜେନିରୋ, ଡର୍ବାନ୍‌ ଆଦି ନଗରୀରେ ବାୟୁ ପ୍ରଦୂଷଣ ଅସମ୍ଭବ ମାତ୍ରାରେ ହ୍ରାସ ଘଟିଛି। ସ୍ୱଚ୍ଛ ବାୟୁ, ସମସ୍ତଙ୍କ ପାଇଁ ବିଶେଷତଃ ଶିଶୁମାନଙ୍କ ଫୁସ୍‌ଫୁସ୍‌ ପାଇଁ ବଳଦାୟକ ବୋଲି ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌ ରିପୋର୍ଟ ଦେଇଛି। ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ଦ୍ୱାରା ଉତ୍ତପ୍ତ ହୋଇ ଜଳବାୟୁ ପରିବର୍ତ୍ତନରେ ରୋକ୍‌ ଲାଗିଛି। କିଛି ନହେଲେ ନାହିଁ, ବିଶ୍ୱତାପାୟନ ଅଟକି ଯାଇଛି। ସାମୁଦ୍ରିକ କଇଁଛସବୁ ସାରା ପୃଥିବୀରେ ନିର୍ଭୟରେ ବୁଲୁଛନ୍ତି। ବାଲିଘର କରି ଅଣ୍ଡା ଦେଉଛନ୍ତି। ଭାରତରୁ କୋଷ୍ଟାରିକା ତଥା ଫ୍ଲୋରିଡା ପର୍ଯ୍ୟନ୍ତ ଏ ଦୃଶ୍ୟ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe