କାମର ଚାପ ପାଇଁ ଅଫିସରେ ବସିଥିବା ଚେୟାରରୁ ଖସି ପଡ଼ିଲେ ଯୁବତୀ, ଚାଲିଗଲା ଜୀବନ

ଲକ୍ଷ୍ନୌରେ କାମର ଚାପ ପାଇଁ ଅଫିସରେ ବସିଥିବା ଚେୟାରରୁ ଖସି ପଡ଼ିଲେ ଯୁବତୀ । ଚାଲିଗଲା ଜୀବନ । କିଛି ଦିନ ତଳେ ପୁଣେରେ ମଧ୍ୟ ସମାନ ଘଟଣା ଘଟିଥିଲା। କାମର ଚାପ ପାଇଁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିଲା।

lucknoww

ଲକ୍ଷ୍ନୌ: କାମର ଚାପ ନେଲା ଆଉ ଏକ ଜୀବନ। କିଛି ଦିନ ତଳେ ପୁଣେରେ ଜଣେ ଯୁବତୀଙ୍କର କାମର ଚାପ ପାଇଁ ମୃତ୍ୟୁ ହୋଇଥିବା ବେଳେ ଏବେ ଲକ୍ଷ୍ନୌରେ ସମାନ ଘଟଣା ଘଟିଛି। ବ୍ୟାଙ୍କ‌ରେ କାମ କରୁଥିବା ଜଣେ ଯୁବତୀ କାମ କରୁଥିବା ବେଳେ ଚେୟାରରୁ ପଡ଼ିଯାଇଥିଲେ। ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ମୃତକଙ୍କ ନାମ ହେଲା ସଦଫ ଫାତିମା।

ମିଳିଥିବା ସୂଚନା ମୁତାବକ, ସଦଫ ଫାତିମା ଏଚଡିଏଫସି ବ୍ୟାଙ୍କରେ କାମ କରୁଥିଲେ। ସେ ଗୋମତି ନଗରରେ ଥିବା ଏଚଡିଏଫସି ବ୍ୟାଙ୍କର ବିଭୂତି ଖଣ୍ଡ ଶାଖାରେ ଅତିରିକ୍ତ ଡେପୁଟି ଉପାଧ୍ୟକ୍ଷ ଭାବରେ ମୁତୟନ ଥିଲେ। ମଙ୍ଗଳବାର ସେ ନିଜ ଚେୟାରରେ ବସି କାମ କରୁଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କାମର ଚାପ ପାଇଁ ଏଭଳି ମୃତ୍ୟୁ ହେଉଥିବା ଦେଖି ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ ପୋଷ୍ଟ କରି ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe