Advertisment

ମୋଦୀଙ୍କୁ ଫୋନ କଲେ ଲୁଲା

Advertisment

ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନସିଓ ଲୁଲା ଡା ସିଲଭା । ଗୋଟିଏ ଦେଶର ରାଷ୍ଟ୍ରମୁଖ୍ୟ ଆଉଏକ ଦେଶର ପ୍ରତିପକ୍ଷଙ୍କୁ ଫୋନ କରିବା କୌଣସି ଏକ ବଡ଼ ଘଟଣା ନୁହେଁ । କିନ୍ତୁ ଏହି ଫୋନକୁ ବେଶ ଗୁରୁତ୍ବ ଦିଆଯାଉଛି।

ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନସିଓ ଲୁଲା ଡା ସିଲଭା । ଗୋଟିଏ ଦେଶର ରାଷ୍ଟ୍ରମୁଖ୍ୟ ଆଉଏକ ଦେଶର ପ୍ରତିପକ୍ଷଙ୍କୁ ଫୋନ କରିବା କୌଣସି ଏକ ବଡ଼ ଘଟଣା ନୁହେଁ । କିନ୍ତୁ ଏହି ଫୋନକୁ ବେଶ ଗୁରୁତ୍ବ ଦିଆଯାଉଛି।

lula

ନୂଆଦିଲ୍ଲୀ : ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଲୁଇସ ଇନସିଓ ଲୁଲା ଡା ସିଲଭା । ଗୋଟିଏ ଦେଶର ରାଷ୍ଟ୍ରମୁଖ୍ୟ ଆଉଏକ ଦେଶର ପ୍ରତିପକ୍ଷଙ୍କୁ ଫୋନ କରିବା କୌଣସି ଏକ ବଡ଼ ଘଟଣା ନୁହେଁ । କିନ୍ତୁ ଏହି ଫୋନକୁ ବେଶ ଗୁରୁତ୍ବ ଦିଆଯାଉଛି। କାରଣ ଏହି ଟେଲିଫୋନ ଆଲୋଚନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଡ଼ାଇଥିବ ନିଶ୍ଚିତ । 

ନିକଟରେ ଟ୍ରମ୍ପ କହିଥିଲେ ଯେ ବ୍ରାଜିଲ ଉପରେ ୫୦% ଶୁଳ୍କ ବସାଯାଇଛି ଓ ଲୁଲା ଚାହିଁଲେ ତାଙ୍କୁ ଫୋନ କରିପାରିବେ । ଏହାର ଏକ ପରୋକ୍ଷ ଜବାବ ଦେଇଥିଲେ ଲୁଲା । ସେ ଏକ ସାର୍ବଜନୀନ ମଞ୍ଚରୁ ସ୍ପଷ୍ଟ କରିଥିଲେ ଯେ ଯଦି ତାଙ୍କୁ  କୌଣସି ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପଡ଼େ, ତେବେ ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପରିବର୍ତ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହେବେ। ଏବେ, ନିଜର ବୟାନକୁ ସତ ପ୍ରମାଣିତ କରି ସେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଯୋଗାଯୋଗ କରିଛନ୍ତି।

ଆଲୋଚନା ସମୟରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଏକ ଟ୍ୱିଟ୍ କରିଥିଲେ। ସେଥିରେ ସେ ଲେଖିଛନ୍ତି, ମୁଁ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲି। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଆମେ ଅନ୍ତର୍ଜାତୀୟ ଅର୍ଥନୈତିକ ପରିସ୍ଥିତି ଏବଂ ଏକପାଖିଆ ଶୁଳ୍କ ଲାଗୁ କରିବା ବିଷୟରେ ଆଲୋଚନା କରିଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe