ଲସ୍କର୍‌ ଟାର୍ଗେଟ୍‌ରେ ସିଆର୍‌ପିଏଫ୍‌ କ୍ୟାମ୍ପ

ଲସ୍କର୍‌ ଟାର୍ଗେଟ୍‌ରେ ସିଆର୍‌ପିଏଫ୍‌ କ୍ୟାମ୍ପ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସିଆର୍‌ପିଏଫ୍‌ କ୍ୟାମ୍ପ ଉପରକୁ ପୁଣିଥରେ ଆତଙ୍କବାଦୀ ଟାର୍ଗେଟ କରିଛନ୍ତି। ଶ୍ରୀନଗର ସ୍ଥିତ ସିଆର୍‌୍‌ପିଏଫ୍‌ କ୍ୟାମ୍ପ ମଧ୍ୟକୁ ଆଜି ସକାଳୁ ୨ ଜଣ ଆତଙ୍କବାଦୀ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଗେଟ୍‌ ନିକଟରେ ହିଁ ସୁରକ୍ଷାକର୍ମାଙ୍କ ଦ୍ୱାରା ଗୁଳିମାଡ଼ କରାଯିବାରୁ ଆତଙ୍କବାଦୀମାନେ ଖସିଯାଇ କେତେକ ନିର୍ମାଣାଧୀନ କୋଠାରେ ଲୁଚି ରହିଛିନ୍ତି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ପକ୍ଷରୁ ବଡ଼ ଧରଣର ଅପରେସେନ ଆରମ୍ଭ ହୋଇଥିବା ବେଳେ ଏଥିରେ ଜଣେ ଯବାନ୍‌ ସହିଦ ହୋଇଯାଇଛନ୍ତି।
ଗୋଟିଏ ପଟେ ସୁଞ୍ଜଓ୍ଵାନ୍‌ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ପରେ ଚାଲିଥିବା ଅପରେସନ ଶେଷ ହୋଇନଥିବା ବେଳେ ଏବେ ଆଉ ଗୋଟିଏ ଆକ୍ରମଣ ସୁରକ୍ଷା ବାହିନୀ ପାଇଁ ଚ୍ୟାଲେଂଜ ହୋଇଛି। ଆଜି ଭୋର୍‌ ପ୍ରାୟ ସାଢେ ଚାରିଟା ବେଳେ ଶ୍ରୀନଗର କରନ ନଗରସ୍ଥିତ ୨୩ ବାଟାଲିୟନ୍‌ ସିଆର୍‌ପିଏଫ୍‌ ମୁଖ୍ୟାଳୟ ମଧ୍ୟକୁ ଦୁଇଜଣ ସଶସ୍ତ୍ର ଆତଙ୍କବାଦୀ ପଶିବାକୁ ଉଦ୍ୟମ କରିଥିଲେ। ଗେଟ୍‌ ପାଖରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ପଛ ପାର୍ଶ୍ୱରେ ବ୍ୟାଗ୍‌ ପକାଇଥିବା ବେଳେ ହାତରେ ଏକେ ୪୭ ରାଇଫଲ ଧରି କ୍ୟାମ୍ପ ମଧ୍ୟକୁ ପଶିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କ୍ୟାମ୍ପ ଗେଟରେ ଥିବା ସୁରକ୍ଷାକର୍ମୀ ତୁରନ୍ତ ଗୁଳିମାଡ଼ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ।

ତେବେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରି ତତ୍‌୍‌କ୍ଷଣାତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ ଏବଂ କ୍ୟାମ୍ପ ନିକଟରେ ଥିବା ଏକ ନିର୍ମାଣାଧୀନ କୋଠାରେ ପଶିଯାଇଥିଲେ। ସେଠାରେ ସେମାନେ ରହିରହି ଗୁଳିମାଡ଼ କରୁଥିବା ଜଣାପଡ଼ିଛି। ଉକ୍ତ କୋଠାକୁ ସିଆରପିଏଫ୍‌ ଯବାନ ଘେରି ରହିଛନ୍ତି। ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ଗୁଳିରେ ସିଆରପିଏଫ୍‌ ଯବାନ୍‌ ମୋ. ମୋହାଜିଦ୍‌ ସହିଦ ହୋଇଥିବା ଜଣାପଡ଼ିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏବେ ବି କୋଠାରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବାରୁ ସେନାକୁ ଆଲର୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe