ଆନ୍ଦୋଳନରତ କୃଷକଙ୍କ ବିଳାସମୟ ଟ୍ରାକ୍ଟର ଟ୍ରଲି, ଭିତରେ ଲାଗିଛି ଟିଭି ଓ ଇନଭର୍ଟର

Advertisment
ଆନ୍ଦୋଳନରତ କୃଷକଙ୍କ ବିଳାସମୟ ଟ୍ରାକ୍ଟର ଟ୍ରଲି, ଭିତରେ ଲାଗିଛି ଟିଭି ଓ ଇନଭର୍ଟର

photo-aajtak

ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ଶତାଧିକ କୃଷକ | ଆଉ କୃଷକଙ୍କ ଆନ୍ଦୋଳନସ୍ଥଳରେ ଏବେ ଜଣେ ଚାଷୀଙ୍କ ଟ୍ରାକ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଏହି ଚାଷୀଙ୍କ ଟ୍ରାକ୍ଟର କୌଣସି ଭ୍ୟାନିଟି ଭ୍ୟାନ୍ ଠାରୁ କମ୍ ନୁହେଁ | ହରିୟାଣାର ଏହି କୃଷକଙ୍କ ଟ୍ରାକ୍ଟରକୁ ସେ ଏଭଳି ଢଙ୍ଗରେ ପରିବର୍ତ୍ତନ କରିଛନ୍ତି ଯେ, ସମସ୍ତେ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ହରିୟାଣା ରାତିଆର କୃଷକ ରବିନ୍ଦ୍ର ଲାମ୍ବା ଏହି ବିଳାସପୂର୍ଣ୍ଣ ଟ୍ରଲିକୁ ଆନ୍ଦୋଳନ ମଧ୍ୟରେ ପ୍ରସ୍ତୁତ କରିଛନ୍ତି। ଏହି ଟ୍ରଲିରେ ଟିଭି, ରୁମ୍ ହିଟର ସାଙ୍ଗକୁ ଶୋଇବା ପାଇଁ ଗଦିର ମଧ୍ୟ ବ୍ୟବସ୍ଥା ରହିଛି |

କେବଳ ଏତିକି ନୁହେଁ, ଟ୍ରଲି ବାହାରେ ଏକ ପ୍ରାଥମିକ ଚିକିତ୍ସା ବାକ୍ସ, ଗ୍ୟାସ୍ ଗିଜର, ପାଣିଟାଙ୍କି ଏବଂ ପୋର୍ଟେବଲ୍ ଟଏଲେଟ୍(ଅସ୍ଥାୟୀ ପାଇଖାନା) ମଧ୍ୟ ରହିଛି। ଟ୍ରାକ୍ଟର ଟ୍ରଲିରେ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଏକ ଇନଭର୍ଟର ଏବଂ ଡିଜେଲ ଦ୍ୱାରା କାର୍ଯ୍ୟକ୍ଷମ ଏକ ଜେନେରେଟର ମଧ୍ୟ ଅଛି।

publive-image photo-aajtak

ରବୀନ୍ଦ୍ର କହିଛନ୍ତି ଯେ, ସେ ୨୫ ଏକର ଜମିରେ ଧାନ ଓ ଗହମ ଚାଷ କରନ୍ତି | ଆଉ ଏଥିରୁ ଯାହା ଲାଭ କରନ୍ତି ସେଥିରେ ନିଜର ବିଳାସ ପାଇଁ ଖର୍ଚ୍ଚ କରନ୍ତି | ସେ କହିଛନ୍ତି ଯେ ଏହି ଟ୍ରଲିରେ ୫୫ ଇଞ୍ଚ ଟିଭି ଏବଂ ପଙ୍ଖା ମଧ୍ୟ ଲଗାଇଛନ୍ତି | ଆଉ ସରକାର ଯେ ପର୍ଯ୍ୟନ୍ତ ଚାଷୀଙ୍କ ପ୍ରତିଶୃତି ପୂରଣ କରିନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe