୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆସନ୍ତା‌କାଲି କରୋନା ସ୍ଥିତି ନେଇ ବୈଠକ କରିବେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

Advertisment
୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆସନ୍ତା‌କାଲି କରୋନା ସ୍ଥିତି ନେଇ ବୈଠକ କରିବେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

indiatoday

ନୂଆଦିଲ୍ଲୀ: ଗତକାଲି ଦେଶର କରୋନା ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୈଠକରେ ଦେଶରେ ବଢ଼ୁଥିବା ସଂକ୍ରମଣ ବିଷୟ‌ରେ ଜାଣିବା ପରେ ଆସନ୍ତା‌କାଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆଉ ଏକ ବୈଠକ କରିବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ସନ୍ଧ୍ୟା ୬ଟା ୩୦ମିନିଟରେ ଏହି ବୈଠକ ଆରମ୍ଭ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି।

Dr harsh vardhan News - Latest dr harsh vardhan News, Information & Updates - Health News -ET HealthWorld ET HealthWorld

ଆସନ୍ତା‌କାଲିର ବୈଠକ ପରେ ଆସନ୍ତା ଗୁରୁବାର ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ସରକାରଙ୍କ ସହିତ ବୈଠକ କରିବେ ବୋଲି ଜଣାପଡ଼ିଛି। ଏଇ କିଛି ଦିନ ମଧ୍ୟରେ ଭାରତ ବିଶ୍ୱର ସବୁଠୁ ବଡ କୋଭିଡ-୧୯ ହଟସ୍ପଟରେ ପରିଣତ ହୋଇଛି। ଆଜି ଦେଶରେ ଗତ ୨୪ଘଣ୍ଟାରେ ୧ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ‌ହୋଇଥିବା ବେ‌ଳେ ଏହା ବ୍ରାଜିଲ ଏବଂ ଆମେରିକାକୁ ଅତିକ୍ରମ କରିଛି। ତେବେ ଦେଶରେ କରୋନା ସ୍ଥିତି ଉଦବେଗଜନକ ହେଉଥିବା ବେଳେ ଗତ କିଛି ଦିନ ମଧ୍ୟରେ ସରକାର ଅନେକ ସମୀକ୍ଷା ବୈଠକ କରିସାରିଲେଣି। ଏହା ସହ ଅନେକ ସହରରେ କରୋନା ସ୍ଥିତିକୁ ଦେଖି ପ୍ରତିବନ୍ଧକ ମଧ୍ୟ କଡ଼ାକଡି କରାଯାଇଛି। ହେବାକୁ ଥିବା ଦୁଇଟି ବୈଠକରେ ସରକାର କେଉ ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe