ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ଓ ଆତ୍ମନିର୍ଭର ଭାରତର ସଂକଳ୍ପ ନେବାକୁ କହିଲେ ମୋଦୀ

Advertisment
ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ଓ ଆତ୍ମନିର୍ଭର ଭାରତର ସଂକଳ୍ପ ନେବାକୁ କହିଲେ ମୋଦୀ

oneindia

ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଥିଲେ। ତାଙ୍କର ରେଡିଓ କାର୍ଯ୍ୟକ୍ରମର ୬୭ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ଅଗଷ୍ଟ ୧୫ ଭିନ୍ନ ପରିସ୍ଥିତିରେ ହେବ ବୋଲି କହିଥିଲେ।

 indiatoday

ସେ କହିଥିଲେ, ମୋର ନିଜ ଯୁବ ବନ୍ଧୁମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ, ଆମେ ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ପାଇଁ ସଂକଳ୍ପ ନେବା, ଆତ୍ମନିର୍ଭର ଭାରତର ସଂକଳ୍ପ ନେବା, କିଛି ନୂଆ ଶିଖିବା ଓ ଶିଖାଇବାର ସଂକଳ୍ପ ନେବା, ନିଜ କର୍ତବ୍ୟ ପାଳନ କରିବାର ସଂକଳ୍ପ ନେବା । ଆମ ଦେଶ ଏବେ ଯେଉଁ ଉଚ୍ଚତାରେ ପହଞ୍ଚିଛି, ତାହା ଏପରି କେତେକ ମହାପୁରୁଷଙ୍କ ତପସ୍ୟା କାରଣରୁ ସମ୍ଭବ ହୋଇଛି, ଯେଉଁମାନେ ରାଷ୍ଟ୍ରନିର୍ମାଣ ପାଇଁ ନିଜର ଜୀବନକୁ ସମର୍ପି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଲୋକମାନ୍ୟ ତିଳକ ଅନ୍ୟତମ ।  ଅଗଷ୍ଟ୧, ୨୦୨୦ରେ ଲୋକମାନ୍ୟ ତିଳକ ଜୀଙ୍କ ୧୦୦ ତମ ପୁଣ୍ୟତିଥି । ଲୋକମାନ୍ୟ ତିଳକ ଜୀଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା । ତାହା ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe