ମାକ୍ରନ୍‌ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ

Advertisment
ମାକ୍ରନ୍‌ ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ

NBC News

ପ୍ୟାରିସ୍‌: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଆଜି ଅନୁଷ୍ଠିତ ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍‌ଙ୍କ ସହିତ ତାଙ୍କର ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। କଡ଼ା ମୁକାବିଲା ଭିତରେ ମାକ୍ରନ୍‌ ୫୮ ପ୍ରତିଶତ ଭୋଟ୍‌ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଲି ପେନ୍‌ଙ୍କୁ ୪୨ ପ୍ରତିଶତ ଭୋଟ୍‌ ମିଳିଛି। ଗତ ନିର୍ବାଚନ ତୁଳନାରେ ଏଥର କମ୍‌ ମତଦାନ ହୋଇଥିଲା। ବିଜୟ ପରେ ମାକ୍ରନ୍‌ କହିଛନ୍ତି ଯେ ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମ ଜାରି ରଖିବେ। ଅନ୍ୟପକ୍ଷରେ ଲି ପେନ୍‌ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି। ୟୁକ୍ରେନ୍‌ ସଙ୍କଟ ନେଇ ମାକ୍ରନ୍‌ଙ୍କ ନୀତିକୁ ଦେଶର ଯୁବ ବର୍ଗ ସମର୍ଥନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe