ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମଦନ ଲାଲ ଖୁରାନାଙ୍କର ଆଜି ପରଲୋକ ଘଟିଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି କୋମାରେ ଥିବା ଖୁରାନା ଆଜି ରାତି ୧୧ଟା ବେଳେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏ ସଂପର୍କରେ ମଦନ ଲାଲ ଖୁରାନାଙ୍କ ପୁଅ ଟ୍ବିଟ୍ କରି ଜଣାଇଛନ୍ତି। ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ସେ କୋମାକୁ ଚାଲିଯାଇଥିଲେ। ନିକଟରେ ଖୁରାନାଙ୍କ ବଡ଼ ପୁଅ ବିମଳ ଖୁରାନାଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା।
ମଦନ ଲାଲ ଖୁରାନାଙ୍କ ପରଲୋକ
Advertisment
Follow Us