Image Courtesy of India Today
ବେଙ୍ଗାଲୁରୁ: ନେହେରୁ-ଗାନ୍ଧୀ ପରିବାର ନାଁ’ର କଂଗ୍ରେସ ନେତାମାନେ ଯଥେଷ୍ଟ ଅର୍ଥ ଉପାର୍ଜନ କରିଥିବାରୁ ଏବେ ସେମାନେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସହାୟ ହେବା ନିମନ୍ତେ ଏକଜୁଟ ହେବା ଉଚିତ ବୋଲି ଗୁରୁବାର ଦିନ କର୍ଣ୍ଣାଟକର କଂଗ୍ରେସ ବିଧାୟକ ତଥା ବିଧାନସଭାର ପୂର୍ବତନ ବାଚସ୍ପତି କେ. ଆର୍. ରମେଶ କୁମାର କହିଛନ୍ତି।
‘ନ୍ୟାସ୍ନାଲ୍ ହେରାଲ୍ଡ’ ଖବରକାଗ ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ ସୋନିଆ ଗାନ୍ଧୀଙ୍କୁ ଜେରା ଜେରା କରିବା ପାଇଁ ଡକାଇଥିବା ଘଟଣା ବିରୋଧରେ କଂଗ୍ରେସର ପ୍ରତିବାଦ ପ୍ରଦର୍ଶନ ବେଳେ ବିଧାୟକ କୁମାର କହିଥିଲେ, ଆମେ ଜବାହରଲାଲ୍ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନାଁ ଧରି ୩/୪ ପିଢ଼ି ଭୋଗ କରିବା ଭଳି ଅର୍ଥ ଉପାର୍ଜନ କରିଛନ୍ତି। ଯଦି ଏତିକି ତ୍ୟାଗ ନ କରିବା ଆମର ମଙ୍ଗଳ ହେବନାହିଁ।
Image Courtesy of Zee Newsସେ ଆହୁରି ମଧ୍ୟ କହିଛନ୍ତି, ସୋନିଆଙ୍କ ବ୍ୟକ୍ତିଗତ ମାମଲା ଅଥବା ସେ ଆଇନରୁ ଊର୍ଦ୍ଧ୍ବରେ ବୋଲି କହି ଆମେ ପ୍ରତିବାଦ କରୁନାହାନ୍ତି। ‘ବିଜେପି’ ଏ ଦେଶର ଇତିହାସ ଜାଣେନାହିଁ। ସେମାନେ ଇତିହାସକୁ ବିଭ୍ରାନ୍ତ ଓ ସମ୍ବିଧାନକୁ ନଷ୍ଟ କରିବା ଲାଗି ଉଦ୍ୟମ କରୁଛନ୍ତି। ଆପଣମାନେ (ବିଜେପି) ହେଉଛନ୍ତି ବ୍ରିଟିସ୍କୁ ସମର୍ଥନ କରିଥିବା ବିଶ୍ବାସଘାତକ। ଆପଣମାନେ ଉଚ୍ଚ ବର୍ଣ୍ଣର। ଆପଣମାନେ ଦଳିତ ଏବଂ ସଂଖ୍ୟାଲଘୁ ବିରୋଧୀ। ଏ ଦେଶ ବଞ୍ଚିବାଇବା ପାଇଁ କଂଗ୍ରେସକୁ ବଞ୍ଚିବାକୁ ପଡ଼ିବ।
ସେ ପୁଣି କହିଛନ୍ତି ଯେ, ଘୃଣ୍ୟ ରାଜନୀତି କଦାପି ସଫଳ ହେବନାହିଁ। ଯୁଦ୍ଧରେ ପରାସ୍ତ ହେବା ବେଳେ ହିଟ୍ଲର୍ ମଧ୍ୟ ଟେବୁଲ୍ ତଳେ ଆତ୍ମଗୋପନ କରିଥିଲେ।
କୁମାରଙ୍କର ଉପରୋକ୍ତ ବିବୃତିକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ସୁଧାକର କେ ତୀବ୍ର ସମାଲୋଚନା କରି ଟୁଇଟ୍ କରିଛନ୍ତି: ଅତ୍ୟନ୍ତ ସୁନ୍ଦର ଭାବେ କଂଗ୍ରେସ ପାର୍ଟିର ୬୦ ବର୍ଷର ‘ଲୁଟ୍ଇଣ୍ଡିଆ ପ୍ରୋଗ୍ରାମ୍’କୁ ଉପସ୍ଥାପନ କରିଥିବା ବିଚକ୍ଷଣ ନେତାଙ୍କୁ ଅଭିନନ୍ଦ।
Follow Us