ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ମାଧବାନ୍‌ ନାୟାର୍‌ଙ୍କ ସମେତ ଅନ୍ୟ ୪ ପ୍ରମୁଖ ବ୍ୟକ୍ତିତ୍ୱ ଯୋଗ ଦେଲେ ବିଜେପିରେ

Advertisment
ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ମାଧବାନ୍‌ ନାୟାର୍‌ଙ୍କ ସମେତ ଅନ୍ୟ ୪ ପ୍ରମୁଖ ବ୍ୟକ୍ତିତ୍ୱ  ଯୋଗ ଦେଲେ ବିଜେପିରେ

ତିରୁବନନ୍ତପୁରମ: ପୂର୍ବତନ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅଧ୍ୟକ୍ଷ ମାଧବାନ୍‌ ନାୟାର୍‌ ଅନ୍ୟ ଚାରି ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। କେରଳର କୁନୁରଠାରେ ବିଜେପିର ଏକ ଅଫିସ୍‌ ଖୋଲିବା ଅବସରରେ ଦଳ ମୁଖ୍ୟ ଅମିତ୍‌ ଶାହା ଭାଷଣ ଦେବା ପରେ ଏହି ଯୋଗଦାନ ପ୍ରକ୍ରିୟା ହୋଇଛି।

ମାଧବାନ୍‌ ନାୟାର୍‌ଙ୍କ ସମେତ ପୂର୍ବତନ ତ୍ରାଭାନକୋର ଦେବସୋମ ବୋର୍ଡ(ଟିବିଟି)ର ଅଧ୍ୟକ୍ଷ ଏବଂ କେପିପିସି କାର୍ଯ୍ୟକାରୀ କମିଟି ମେମ୍ବର ଜି ରମଣ ନେୟର୍‌ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଦଳର ଅଧ୍ୟକ୍ଷ ଅମିତ ଶାହା ସେମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ସଲ୍‌ ଦ୍ୱାରା ସମ୍ମାନିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସାବରିମାଳା ମନ୍ଦିର ବିବାଦକୁ ନେଇ ସୁପ୍ରିମ୍‌କୋର୍ଟ ରାୟ ଶୁଣାଇବା ପରେ ଅମିତ ଶାହା କେରଳ ସରକାରଙ୍କ ବିରୋଧରେ ଶନିବାର ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ୧୦ ରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳାମାନେ ମନ୍ଦିରକୁ ପ୍ରବେଶ ଅନୁମତି ପାଇବା ଆୟାପ୍ପା ଭକ୍ତଙ୍କ ପ୍ରତି ଅପମାନ ବୋଲି କହିଥିଲେ। କେରଳର ରାଜ୍ୟ ସରକାର ଜଣେ ନାସ୍ତିକ ହୋଇଥିବାରୁ ସେ ଧାର୍ମିକ ଭାବନାକୁ ବୁଝିବା ପାଇଁ ଅସମର୍ଥ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe