କୋଇଲା ଦୁର୍ନୀତି : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ସମେତ ୪ ଜଣଙ୍କୁ ୩ ବର୍ଷ କାରାଦଣ୍ଡ

Advertisment
କୋଇଲା ଦୁର୍ନୀତି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ

photo credit NDTV

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଓ ପୂର୍ବତନ କୋଇଲା ସଚିବ ଏଚ ସି ଗୁପ୍ତାଙ୍କୁ ସିବିଆଇ ସ୍ପେସାଲ କୋର୍ଟ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ବୁଧବାର ଦିନ ଏହି ସ୍ୱତନ୍ତ୍ର କୋର୍ଟ ଉଭୟଙ୍କୁ କୋଇଲା ସ୍କାମ୍‌ରେ ଦୋଷୀ ବୋଲି ଘୋଷଣା କରିଥିଲା। ଆଜି ସକାଳେ ମାନ୍ୟବର କୋର୍ଟ ଉଭୟଙ୍କୁ ଅପରାଧିକ ଷଡଯନ୍ତ୍ର ଓ କୋଇଲା ସ୍କାମରେ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ୩ ବର୍ଷ ଜେଲ ଦଣ୍ଡାଦେଶ ସହିତ ଶ୍ରୀ କୋଡାଙ୍କୁ ୨୫ ଲକ୍ଷ ଟଙ୍କାର ଜରିମାନା ଓ ଶ୍ରୀ ଗୁପ୍ତାଙ୍କୁ ୧ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି। ଏତଦ୍‌ବ୍ୟତୀତ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ଏ କେ ବସୁ ଓ ବିଜୟ ଯୋଶୀଙ୍କୁ ମଧ୍ୟ କୋଲକାତାର ଭିସୁଲ ନାମକ ଏକ ସଂସ୍ଥାକୁ ଅନୁଗ୍ରହ ପ୍ରଦର୍ଶନ କରି ଝାଡ଼ଖଣ୍ଡର ନାଜରା ନର୍ଥ କୋଲ ବ୍ଲକ୍‌ ଆବଣ୍ଟନ ଘଟଣାରେ ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ପାଇଁ କୋର୍ଟ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

publive-image
ସ୍ପେସାଲ ଜଜ୍‌ ଭାରତ ପରାସର ସମ୍ପୃକ୍ତ ଘରୋଇ ସଂସ୍ଥାକୁ ଦୋଷୀ ବୋଲି ଘୋଷଣା କରି ୫୦ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ କୋଡାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ୨ ମାସ ପାଇଁ ଷ୍ଟାଚୁଟାରି ଜାମିନ ଦେଇଛନ୍ତି, ଯାହାଫଳରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ଏହି ରାୟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରି ପାରିବେ। ତେବେ କୋର୍ଟ ଏହି ମାମଲାରେ ୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି। କୋର୍ଟ ଭିସୁଲର ନିର୍ଦ୍ଦେଶକ ବୈଭବ ତୁଲସିୟାନ, ବସନ୍ତ କୁମାର ଭଟ୍ଟାଚାର୍ଯ୍ୟ,ବିପିନ ବିହାରୀ ସିଂହ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ନବୀନ କୁମାର ତୁଲସିୟାଙ୍କୁ ଦୋଷମୁକ୍ତ ବୋଲି ଘୋଷଣା କରିଛନ୍ତି।

ସିବିଆଇ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଥିବା ତତ୍‌କାଳୀନ କୋଇଲା ସଚିବ ଝାଡ଼ଖଣ୍ଡ ସରକାର ଭିସୁଲ ସପକ୍ଷରେ କୋଲ ବ୍ଲକ୍‌ ଆବଣ୍ଟନ ନେଇ ସୁପାରିଶ କରିଥିବା ସମ୍ପର୍କିତ ତଥ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା କୋଇଲା ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଡ. ମନମୋହନ ସିଂହଙ୍କୁ ଲୁଚାଇଥିଲେ। ତେଣୁ କୋଡା, ବାସୁ ଓ ଅନ୍ୟ ଦୁଇଜଣ କୋଲ ବ୍ଲକ୍‌ ଆବଣ୍ଟନ ନେଇ ଷଡ଼ଯନ୍ତ୍ର କରିଥିବା ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe