ମଧ୍ୟପ୍ରଦେଶ: କମଲନାଥଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରିତ; ୨୮ ମନ୍ତ୍ରୀ ନେଲେ ଶପଥ

Advertisment
ମଧ୍ୟପ୍ରଦେଶ: କମଲନାଥଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରିତ; ୨୮ ମନ୍ତ୍ରୀ ନେଲେ ଶପଥ

ଭୋପାଳ: ମଧ୍ୟପ୍ରଦେଶର ନବନିଯୁକ୍ତ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥ ଆଜି କ୍ୟାବିନେଟର ସଂପ୍ରସାରଣ କରିଛନ୍ତି। ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୨୮ ଜଣ ବିଧାୟକଙ୍କୁ କମଲନାଥଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି। ଆଜି ସନ୍ଧ୍ୟାରେ ମଧ୍ୟପ୍ରଦେଶ ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ନବ ନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଧାୟକମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ବିଧାୟକ ଅଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ନିର୍ବାଚନ ଲଢ଼ିବା ସହ ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଶାସନ କ୍ଷମତାକୁ ଫେରିବାରେ ସମର୍ଥ ହୋଇଥିଲା। ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ କଂଗ୍ରେସର ବରିଷ୍ଠ ନେତା କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଗତ ଡିସେମ୍ବର ୧୭ ତାରିଖରେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe