୪ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରି ହତ୍ୟା କଲା ଅନ୍ୟ ଦୁଷ୍କର୍ମ ମାମଲାରେ ଜାମିନ ପାଇ ବାହାରକୁ ଆସିଥିବା ଅଭିଯୁକ୍ତ

୪ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରି ହତ୍ୟା କଲା ଅନ୍ୟ ଦୁଷ୍କର୍ମ ମାମଲାରେ ଜାମିନ ପାଇ ବାହାରକୁ ଆସିଥିବା ଅଭିଯୁକ୍ତ

Zee News

ଭୋପାଳ: ଉତ୍ତରପ୍ରଦେଶର ମୋରେନା ଜିଲ୍ଲାରେ ଘଟିଛି ଛାତି ଥରାଇ ଦେବା ଭଳି ଘଟଣା। ଜଣେ ୪ବର୍ଷୀୟ ଶିଶୁକୁ ଅପହରଣ କରି ଦୁଷ୍କର୍ମ କରିବା ଏବଂ ପରେ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି, ଅଭିଯୁକ୍ତଜଣଙ୍କ ପୂର୍ବରୁ ଦୁଷ୍କର୍ମ କରି ଜେଲ ଯାଇଥିଲା। ଜାମିନରେ ବାହାରକୁ ଆସିବା ପରେ ସେ ପୁଣି ଥରେ ଏଭଳି ଅମାନୁଷିକ କାମ କରିଥିବା ଜଣାପଡ଼ିଛି।

Image result for 4year old Rape Oneindia

ପୁଲିସର କହିବା ମୁତାବକ, ବୁଧବାର ଅଭିଯୁକ୍ତ ଚକୋଲେଟ ଦେବାର ଲୋଭ ଦେଖାଇ ପୀଡ଼ିତାଙ୍କୁ ଡାକି ନେଇଥିଲା। ପରେ ପୀଡ଼ିତାର ଘରଠାରୁ ୨୦୦ମିଟର ଦୂରରେ ଦୁଷ୍କର୍ମ କରି ହତ୍ୟା କରି ଫିଙ୍ଗି ଦେଇଥିଲା। ଗୁରୁବାର ପରିବାରର ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ନିଜର ଦୋଷ ମାନି ନେଇଛି। ଗତବର୍ଷ ଜୁନ ମାସରେ ଅଭିଯୁକ୍ତ ପୀଡ଼ିତାର ଖୁଡ଼ି ସହ ଦୁଷ୍କର୍ମ କରି ଜେଲ ଯାଇଥିଲା। ‌ଜେଲରେ ୬ମାସ ରହିବା ପରେ ଜାମିନରେ ବାହାରକୁ ଆସି ଏଭଳି ଅପରାଧ କରିଥିବା ଜଣାପଡ଼ିଛି। ଗିରଫ ପରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe