ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ବାଲିୟର ଜିଲ୍ଲାରେ ଏକ ସଂଗରେ ୫୦ ଜଣ ଡାକ୍ତର କରୋନା ଭୟରେ ଇସ୍ତଫା ଦେଇଛନ୍ତି। ଏହି ଘଟଣା ସ୍ବାସ୍ଥ୍ୟ ବିଭାଗରେ ଆତଙ୍କ ଖେଳାଇ ଦେଇଥିବା ବେଳେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବାରୁ ସବୁଠି ଭୟ ଲାଗି ରହିଛି। ତେବେ ରାଜ୍ୟରେ ଏସ୍ମା ଲାଗୁ ହୋଇଥିବାରୁ ଜରୁରୀ ସ୍ବାସ୍ଥ୍ୟସେବାକୁ ଡାକ୍ତରମାନେ ଏଭଳି ଛାଡ଼ି ପାରିବେ ନାହିଁ ବୋଲି କୁହାଯାଇଛି। କେତେକ ଅଧିକାରୀ କହିଛନ୍ତି ଯେ ଏସ୍ମା ଲାଗୁ ପୂର୍ବରୁ ଏହି ଡାକ୍ତରମାନେ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଏହି ଡାକ୍ତରମାନେ ଜିଆର୍ଏମ୍ସି ମେଡିକାଲ କଲେଜରୁ ଶିକ୍ଷା ସମାପ୍ତ କରିଥିଲେ ଏବଂ ସେମାନଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ନିଯୁକ୍ତି ଦିଆଯାଇଥିଲା। ସଂକ୍ରମଣ ପରିବାର ପର୍ଯ୍ୟନ୍ତ ପହଞ୍ଚିଛି ଏବ ଆମେ ଆଦୌ ସୁରକ୍ଷିତ ନଥିବାରୁ ବାଧ୍ୟ ହୋଇ ଇସ୍ତଫା ଦେଇଛୁ ବୋଲି ଉକ୍ତ ଡାକ୍ତରମାନେ କହିଛନ୍ତି। ଡାକ୍ତରଙ୍କ ଇସ୍ତଫାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମ୍ମୁଖରେ ରହି କରୋନାର ମୁକାବିଲା କରୁଥିବା ଯୋଦ୍ଧାମାନେ ଦେଶହିତରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ କହିଛନ୍ତି।
କରୋନା ଭୟରେ ଇସ୍ତଫା ଦେଲେ ୫୦ ଡାକ୍ତର
Advertisment
Follow Us