ମଧ୍ୟପ୍ରଦେଶ: ୫୫ ଫୁଟ୍‌ ଗଭୀର ବୋର୍‌ୱେଲ୍‌ରେ ପଡ଼ିଥିବା ୮ ବର୍ଷିୟ ତନ୍ମୟ ମୃତାବସ୍ଥାରେ ଉଦ୍ଧାର

Advertisment
ମଧ୍ୟପ୍ରଦେଶ: ୫୫ ଫୁଟ୍‌ ଗଭୀର ବୋର୍‌ୱେଲ୍‌ରେ ପଡ଼ିଥିବା ୮ ବର୍ଷିୟ ତନ୍ମୟ ମୃତାବସ୍ଥାରେ ଉଦ୍ଧାର

Image Courtesy of ANI

ବୈତୂଲ: ଡିସେମ୍ବର ୬ ତାରିଖରେ ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍‌ ଗଭୀର ବୋର୍‌ୱେଲ୍‌କୁ ଖସିପଡ଼ି ୫୫ ଫୁଟ୍‌ ଗଭୀରରେ ଲାଖି ରହିଥିବା ୮ ବର୍ଷିୟ ବାଳକ ତନ୍ମୟକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ତାକୁ ଗର୍ତ୍ତରୁ ବାହାର କରିବା ପରେ ତା’ର ମୃତ୍ୟୁ ଘଟିଥିବା କଥା ଆଜି ବୈତୂଲ ଜିଲ୍ଲା ପ୍ରଶାସନ କହିଛି।

ସ୍ମରଣଯୋଗ୍ୟ, ଡିସେମ୍ବର ୬ ତାରିଖ ସନ୍ଧ୍ୟା ସମୟରେ ଫାର୍ମରେ ଖେଳୁଥିବା ତନ୍ମୟ ଗୋଟାଏ ୪୦୦ ଫୁଟ୍‌ ଗଭୀର ଖୋଲା ବୋର୍‌ୱେଲ୍‌ ଭିତରକୁ ଖସି ପଡ଼ି ୫୫ ଫୁଟ୍‌ ଅଭ୍ୟନ୍ତରରେ ଲାଖି ରହିଥିଲା।

ଉଲ୍ଲେଖଯୋଗ୍ୟ, ଦୀର୍ଘ ୮୫ ଘଣ୍ଟାର ଉଦ୍ଧାର ଅଭିଯାନ ପରେ ଗତ ପାହାନ୍ତା ପୂର୍ବରୁ ତନ୍ମୟର ଶବ ବୋର୍‌ୱେଲ୍‌ ମଧ୍ୟରୁ ଉଦ୍ଧାରକାରୀମାନେ ଉଦ୍ଧାର କରିଛନ୍ତି। ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍ ଫୋର୍ସ’ (ଏସ୍‌ଡିଆର୍‌ଏଫ୍‌), ହୋମ୍‌ ଗାର୍ଡ ଏବଂ ସ୍ଥାନୀୟ ପୁଲିସ କର୍ମଚାରୀ ଗତ ୪ ଦିନ ହେବ ତା’ର ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଦୁଃଖର ବିଷୟ ତାକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ପାରିଲା ନାହିଁ।

publive-image Image Courtesy of Times Now

ବୋର୍‌ୱେଲ୍‌ ଭିତରେ ଗୁରୁବାରଠାରୁ କୌଣସି ପ୍ରତିକ୍ରିୟା ଦେଖାଉ ନ ଥିବା ତନ୍ମୟର ପରିବାର ଲୋକେ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଉପରେ ସନ୍ଦେହ କରିଥିଲେ। ହତାଶାରେ ମ୍ରିୟମାଣ ହୋଇ ତା’ର ମାଆ କହୁଥିଲେ, ଆଉ ୨/୪ ଘଣ୍ଟା ଲାଗିବ କହି ୩ ଦିନ ବିତି ଗଲାଣି। ତନ୍ମୟ ମଙ୍ଗଳବାର ଦିନ ପଡ଼ିଯାଇଥିଲା ଆଜି ଶୁକ୍ରବାର ହେଲାଣି। ମୋର କିଛି ଲୋଡ଼ା ନାହିଁ, ମୋ ପୁଅକୁ ବାହାର କରି ଆଣ। ଯାହା ହୋଇ ଥାଉ ନା କାହିଁକି, ମୋ ପିଲାକୁ ଥରେ ଦେଖିବାକୁ ଚାହେଁ, ଖାଲି ତାକୁ ବାହାର କରି ଆଣ।

‘ଏସ୍‌ଡିଆର୍‌ଏଫ୍‌’ ପୁଲିସକୁ ହସ୍ତାନ୍ତର କରିବା ପରେ ଆମ୍ବୁଲାନ୍‌ସ୍‌ ଯୋଗେ ତନ୍ମୟର ଶବ ଆଠେନର୍‌ ପଠାଯାଇଥିଲା। ସେଠାରେ ଡାକ୍ତର ସେ ମୃତ ବୋଲି ସୁନିଶ୍ଚିତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ତା’ର ଶବ ବୈତୂଲ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe