ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭୂକମ୍ପ ଝଟକା: ଲୋକେ ଭୟଭୀତ

Advertisment
ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭୂକମ୍ପ ଝଟକା: ଲୋକେ ଭୟଭୀତ

ଗ୍ବାଲିଅର: ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଶୁକ୍ରବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।  ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦୦ ରହିଛି। ଏହି ଭୂକମ୍ପ ଝଟକା ଲୋକମାନେ ସକାଳ ୧୦.୩୧‌ରେ ଅନୁଭବ  କରିଥିଲେ।

ଭୂକମ୍ପର ଝଟକା ଲୋକମାନେ ଅନୁଭବ କରିବା କ୍ଷଣି ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଭୂକମ୍ପର କେନ୍ଦ୍ର ଗ୍ବାଲିଅର କୁହାଯାଉଥିବା ବେଳେ ଏହା ୧୦କିମି ଗଭୀରତାରେ ରହିଥିଲା।

ସେହିପରି ଛତିଶଗଡ଼ର ଅମ୍ବିକାପୁର ସମେତ ତାର ଆଖପାଖ ଅଞ୍ଚଳରେ  ସକାଳ ୧୦:୩୯ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।  ଏହାର କେନ୍ଦ୍ର ସୁରଜପୁରର ଭଟଗ୍ରାମରୁ ୧୧କିମି  ଗଭୀର ବୋଲି କୁହାଯାଉଛି।

ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବୁଧବାର ଅପରାହ୍ନ ୪ଟା ୪୨ରେ ଆସିଥିବା ଭୂକମ୍ପର ତୀବ୍ରତା ୨.୭ ରହିଥିବା ବେଳେ ଏହାର କେନ୍ଦ୍ର ପଶ୍ଚିମ ଦିଲ୍ଲୀରେ ୫ କିମି ଗଭୀରତାରେ ରହିଥିଲା।

ସେହିପରି ମଙ୍ଗଳବାର ରାତି ୧୦ଟା ୨୦ରେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ରହିଥିଲା। ଦିଲ୍ଲୀ ଏନ୍‌ସିଆରରେ ବାରମ୍ବାର ଭୂକମ୍ପ ଏବେ ଚିନ୍ତା ବଢ଼ାଇଛି। ଚଳିତ ବର୍ଷ ଦିଲ୍ଲୀରେ ୪ ଥର ଭୂକମ୍ପ ଅନୁଭୂତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe