ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ନାବାଳକ ଶବ ବ୍ୟବଚ୍ଛେଦ ବେଳେ ଉଠି ବସିଲା!

Advertisment

photo-oneindia

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ଡାକ୍ତରମାନଙ୍କର ବେପରୁଆ ମନୋଭାବର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଡାକ୍ତର ଜଣେ ନାବାଳକକୁ ମୃତ ବୋଲି ଘୋଷଣା କରିଥିଲେ,ମାତ୍ର ସେ ଜୀବିତ ଥିଲେ,ଏକଥା ଜାଣିପାରିନଥିଲେ ଡାକ୍ତରଜଣକ। ପରେ ଡାକ୍ତର ଉକ୍ତ ମୃତ ଘୋଷିତ ନାବାଳକର ଶବ ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ସେଠାରେ ସେ ଉଠି ବସିଥିଲା।

ଜବଲପୁର ତିଲହରିରେ ରହୁଥିବା ଜଣେ ମହିଳା ସବିତାଙ୍କର ଘରମାଲିକଙ୍କ ସହ ଘରଭଡ଼ାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ମୀନା ଓ ବର୍ଷା ନାମ୍ନୀ ଦୁଇ ଜଣ ମହିଳା ସବିତାଙ୍କୁ ମାଡ଼ ମାରିଥିଲେ।ଏହା ଦେଖି ପୁଅ ଅନୁରାଗ(୧୬)ନିଜକୁ ରୋକି ପାରି ନଥିଲା। ସେ ତତ୍‌କ୍ଷଣାତ୍‌ ମାଆ ସବିତାଙ୍କୁ ଉଭୟଙ୍କ କବଳରୁ ରକ୍ଷା କରିବା ଲାଗି ଧାଇଁ ଆସିଲା। ସେହି ସମୟରେ ବର୍ଷା ଓ ମୀନା ଅନୁରାଗକୁ ଧକ୍‌କା ଦେଲେ। ଫଳରେ ଅନୁରାଗ ତଳେ ପଡ଼ିଗଲା। ତା’ପରେ ସେହି ଦୁଇ ମହିଳା ନିଜର ପରିବାର ଲୋକଙ୍କ ସହ ମିଶି ଅନୁରାଗକୁ ମାରି ମାରି ଦରମରା କରି ଦେଇଥିଲେ।

publive-image photo-patrika.com

ତା’ପରେ ଅନୁରାଗକୁ ଜବଲପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଅନୁରାଗଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତା’ପରେ ଶବ ବ୍ୟବଚ୍ଛେଦ ଲାଗି ପଠାଯିବା ବେଳେ ଅନୁରାଗ ଉଠି ବସିଥିଲା। ଏବେ ଅନୁରାଗକୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe