ମଧ୍ୟପ୍ରଦେଶ ମନ୍ଦସୋରରେ କାଉ ମଡ଼କ, ୧୫ ଦିନ କୁକୁଡ଼ା ଓ ଅଣ୍ଡା ଦୋକାନ ବନ୍ଦ

Advertisment
ବାର୍ଡଫ୍ଲ ସଂକ୍ରମଣ ରୋକିବାକୁ ବ୍ୟାପକ ସତର୍କତା, ୪ ରାଜ୍ୟରେ କେନ୍ଦ୍ରୀୟ ଟିମ୍‌

Agrowealth Empowerment Initiative

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୋର୍‌ ଜିଲ୍ଲାରେ ୧୦୦ରୁ ଅଧିକ କାଉଙ୍କର ଆକସ୍ମିକ ଭାବେ ମୃତ୍ୟୁ ଘଟିବାରୁ ସେଠାରେ ବାର୍ଡ ଫ୍ଲୁ ଆତଙ୍କ ଖେଳିଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ୧୫ ଦିନ ଯାଏ ସମସ୍ତ କୁକୁଡ଼ା ଓ ଅଣ୍ଡା ଦୋକାନକୁ ବନ୍ଦ ନିର୍ଦ୍ଦେଶ କରିଛନ୍ତି। ପ୍ରଥମେ ଇନ୍ଦୋରରେ ଏକ ମୃତ କାଉ ଠାରେ ବାର୍ଡଫ୍ଳୁ ଭୂତାଣୁ ମିଳିବା ପରେ ରାଜ୍ୟ ବ୍ୟାପୀ ସତର୍କତା ଅବଲମ୍ବନ କରାଯାଉଛି। ଏହା ପରେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବାର୍ଡ ଫ୍ଲୁ ଭୂତାଣୁ ମିଳୁଥିବା ଖବର ପହଞ୍ଚିବାରେ ଲାଗିଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୩ ତାରିଖରୁ ଗତ ୩ ତାରିଖ ସୁଦ୍ଧା ଇନ୍ଦୋରରେ ୧୪୨ଟି, ମନ୍ଦସୋରରେ ୧୦୦ଟି, ଅଗରମାଲଵାରେ ୧୧୨ଟି, ଖରଗୋଁରେ ୧୩ଟି ଓ ସେହର ଜିଲ୍ଲାରେ ୯ଟି କାଉଙ୍କର ମୃତଦେହ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe