କମଲନାଥ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

Advertisment
କମଲନାଥ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୋପାଳ: କମଲନାଥ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ। କଂଗ୍ରେସ ବିଧାୟକ ଦଳର ବୈଠକରେ ହୋଇଥିବା ନିଷ୍ପତ୍ତିକ୍ରମେ କମଲନାଥଙ୍କୁ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଛି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ କେଉଁ ନେତା ମୁଖ୍ୟମନ୍ତ୍ରୀ ହେବେ, ସେନେଇ ରାଜନୀତି ଜୋର ଧରିଥିଲା। ରାଜ୍ୟର ମାମଲା ରାଜ୍ୟରେ ଶେଷ ହୋଇ ନପାରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ହାଇ ପ୍ରୋଫାଇଲର ଦୁଇ ନେତା ସଭାପତି କମଲନାଥ ଓ ପ୍ରଚାର ସମିତିର ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଲ୍ଲୀ ଡାକିଥିଲେ।

publive-image

ଉଭୟ କମଲନାଥ ଏବଂ ସିନ୍ଧିଆ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରି ଫେରିବା ପରେ ଭୋପାଳରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଛି।

ଏହା ପୂର୍ବରୁ ଦିଲ୍ଲୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କମଲନାଥ କହିଥିଲେ, ଭୋପଳରେ ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା ହେବ। ସେହିଭଳ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, ଏହା ଦୌଡ଼ର ମାମଲା ନୁହେଁ କି ଚୌକୀର ମାମଲା ନୁହେଁ। ଆମକୁ ମଧ୍ୟପ୍ରଦେଶର ଲୋକଙ୍କ ସେବା କରିବାକୁ ପଡ଼ିବ। ମୁଁ ଭୋପାଳ ଫେରୁଛି ଏବଂ ଆପଣଙ୍କୁ ଆଜି ଖବର ମିଳିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe