ମହାରାଷ୍ଟ୍ର ପରେ ଛତିଶଗଡ଼ର ସୀମାକୁ ସିଲ୍ କଲେ ମଧ୍ୟପ୍ରଦେଶ ସରକାର

Advertisment

ଆବଶ୍ୟକ ସ୍ଥଳେ ରାଜ୍ୟରେ ଲକଡାଉନ୍ ଲାଗୁ କରାଯିବ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ

ଆବଶ୍ୟକ ସ୍ଥଳେ ରାଜ୍ୟରେ ଲକଡାଉନ୍ ଲାଗୁ କରାଯିବ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ

ମହାରାଷ୍ଟ୍ର ପରେ ଛତିଶଗଡ଼ର ସୀମାକୁ ସିଲ୍ କଲେ ମଧ୍ୟପ୍ରଦେଶ ସରକାର

image source-bhaskar.com

ଭୋପାଳ: ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ କରୋନା ସଂକ୍ରମଣ ମାତ୍ରାଧିକ ଭାବେ ବୃଦ୍ଧି ପାଉଥିବା ଯୋଗୁ ମଧ୍ୟପ୍ରଦେଶ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ପରେ, ଏବେ ଛତିଶଗଡ଼ର ସୀମାକୁ ବି ସିଲ୍ କରାଯାଇଛି। ମହାରାଷ୍ଟ୍ର ଓ ଛତିଶଗଡ଼ରୁ ଅଧିକ ସଂକ୍ରମିତ ମଧ୍ୟପ୍ରଦେଶକୁ ଆସୁଥିବାର ଲକ୍ଷ୍ୟ କରି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଣେ ମଧ୍ୟପ୍ରଦେଶର ଜବଲପୁର ସାଂସଦ ରାକେଶ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏସବୁ ଘଟଣାକ୍ରମେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କହିଛନ୍ତି, ଆବଶ୍ୟକ ସ୍ଥଳେ ରାଜ୍ୟରେ ଲକଡାଉନ୍ ଲାଗୁ କରାଯିବ।

publive-image image source-The Indian Express

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଇନ୍ଦୋରରେ ସର୍ବାଧିକ ୭୩୭ ସଂକ୍ରମିତ ଅଛନ୍ତି। ଠିକ୍ ସେହିପରି ଭୋପାଳରେ ୫୩୬, ଜବଲପୁରରେ ୨୨୪ ଏବଂ ଗ୍ୱାଲିଅରରେ ୧୨୦ ଜଣ ସଂକ୍ରମିତ ଥିବା ଜଣାଯାଇଛି। ରାଜ୍ୟରେ ମୋଟ୍ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୨୦ହଜାର ୩୬୯ ରେ ପହଞ୍ଚିଛି। ଚଳିତ ଏପ୍ରିଲ ଶେଷ ସୁଦ୍ଧା କରୋନା ଶିଖରରେ ପହଞ୍ଚିପାରେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ପୁନର୍ବାର କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୩ରୁ ଚଳିତ ଏପ୍ରିଲ୍‌ ୩ ମଧ୍ୟରେ ପଂଜାବରେ ସକ୍ରିୟ ମାମଲା ୧୨ ଗୁଣା ବଢ଼ିଛି। ଏହି ସମୟ ମଧ୍ୟରେ ପଂଜାବ ମହାରାଷ୍ଟ୍ରର ସଂକ୍ରମଣ ବୃଦ୍ଧି ହାରକୁ ମଧ୍ୟ ଟପିଯାଇଛି। ‌ତେବେ ଏହି ସମାନ ସମୟରେ ମହାରାଷ୍ଟ୍ର ଏବଂ ପଂଜାବସମେତ ୧୦ ରାଜ୍ୟ ତଥା କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ମଧ୍ୟ ସକ୍ରିୟ ମାମଲା ବଢ଼ିଛି। ମହାରାଷ୍ଟ୍ରରେ ୨ ମାସରେ ସକ୍ରିୟ ମାମଲା ୯ ଗୁଣ ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଫେବ୍ରୁଆରି ୩ରେ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୪୨,୮୩୦ ଥିଲା ଏବଂ ଏପ୍ରିଲ ୩ରେ ଏହା ୩,୯୧,୨୦୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe