ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆ: ବାପାମଆ, ୨ ପିଲା ମୃତ

ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଶନିବାର ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଘରେ ଅଗ୍ନିକାଣ୍ଡ ଘଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘଣ୍ଟା ଘଣ୍ଟା ଧରି କାର୍ଯ୍ୟରେ ଲାଗିବା ପରେ ଯାଇ ନିଆଁକୁ ଆୟତ୍ତ କରାଯାଇଛି। 

www.aajtak.in

ଭୋପାଳ: ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଶନିବାର ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଘରେ ଅଗ୍ନିକାଣ୍ଡ ଘଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘଣ୍ଟା ଘଣ୍ଟା ଧରି କାର୍ଯ୍ୟରେ ଲାଗିବା ପରେ ଯାଇ ନିଆଁକୁ ଆୟତ୍ତ କରାଯାଇଛି। 

ମୃତକଙ୍କ ମଧ୍ୟରେ ପରିବାର ପତି-ପତ୍ନୀ ଓ ୨ ପିଲା ସାମିଲ୍‌ ଅଛନ୍ତି। ମୃତକମାନେ ଦେଉଛନ୍ତି ୩୫ ବର୍ଷୀୟ ଦିନେଶ, ତାଙ୍କ ୩୦ ବର୍ଷୀୟା ପତ୍ନୀ ଗାୟତ୍ରୀ, ୧୦ ବର୍ଷୀୟା ଝିଅ ଈଶିକା ଓ ୭ ବର୍ଷୀୟ ପୁଅ ଚିରାଗ। ଏହି ନିଆଁ ଭୋରୁ ଭୋରୁ ସମସ୍ତେ ଶୋଇଥିବା ଅବସ୍ଥାରେ ଘଟିଥିଲା। ଅଗ୍ନିକାଣ୍ଡରେ ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି।

ଦ୍ବିତୀୟ ମହଲାରେ ରହୁଥିବା ଦିନେଶଙ୍କର ତଳ ମହଲାରେ କ୍ଷୀର ଜାତୀୟ ସାମଗ୍ରୀର ଏକ ଦୋକାନ ଥିଲା। ସେହି ଦୋକାନରେ ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ଅଗ୍ନିଶମ ବାହୀନି ନିଆଁକୁ ଆୟତ୍ତ କରିବା ପରେ ଉପର ମହଲାକୁ ଯାଇ ପରିବାରକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଉପରକୁ ଯିବା ରାସ୍ତା ସଂକିର୍ଣ୍ଣ ଥିବାରୁ ଉଦ୍ଧାର କରାଯାଇପରିନଥିଲା । ଅଗ୍ନିକାଣ୍ଡ ବିଷୟରେ ଅଧିକ ତଥ୍ୟ ପାଇଁ ତଦନ୍ତ ଆରମ୍ଭ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe