ଫସଲ ନଷ୍ଟ କରିବାରୁ ହନୁମାଙ୍କଡ଼କୁ ଫାଶୀ ଦେଲେ ଚାଷୀ

Advertisment
ଫସଲ ନଷ୍ଟ କରିବାରୁ ହନୁମାଙ୍କଡ଼କୁ ଫାଶୀ ଦେଲେ ଚାଷୀ

Rep image

ଭୋପାଳ: ମୁଗ ଫସଲ ନଷ୍ଟ କରିଥିବା କାରଣରୁ ମଧ୍ୟ ପ୍ରଦେଶର ଜଣେ ରାଗୀ ଚାଷୀ ଶାରିରୀକ ଦଣ୍ଡ ସ୍ୱରୂପ ଗୋଟାଏ ହନୁମାଙ୍କଡ଼କୁ ଫାଶୀ ଦେଇ ହତ୍ୟା କରିଛନ୍ତି।

ବେତୁଲ ଜିଲ୍ଲାରେ ଘଟିଥିବା ଘଟଣାରେ ସମ୍ପୃକ୍ତ ଚାଷୀ ହେଉଛନ୍ତି ୩୮ ବର୍ଷିୟ ବିର୍ଜୁ ଓଝା। ତାଙ୍କୁ ଶନିବାର ଦିନ ଗିରଫ କରାଯାଇଛି।
ତାଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି। ଡିଏଫ୍‌ଓ ରାକ୍ଷୀ ନନ୍ଦ କହିଛନ୍ତି ହନୁମାଙ୍କଡ଼ ଫସଲ ଉଜାଡ଼ି ଦେବାରୁ ସେ ଭୀଷଣ ରାଗି ଯାଇଥିଲେ।

ଦୁଇ ସପ୍ତାହ ତଳେ ବେତୁଲର ଶାହାପୁର ରେଞ୍ଜ୍‌ ଅନ୍ତର୍ଗତ ଏକ ଗଛରେ ସେ ହନୁମାଙ୍କଡ଼ର ମଢ଼ ଝୁଲୁଥିବାର ଦେଖାଯାଇଥିଲା। ବ୍ୟବଚ୍ଛେଦରୁ ଜଣାପଡ଼ିଲା ସେ ହନୁମାଙ୍କଡ଼କୁ ଫାଶୀ ଦିଆଯିବା ପୂର୍ବରୁ ଭୀଷଣ ପ୍ରହାର କରାଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତା’ର ମୃତ୍ୟୁ ଘଟିଥିଲା।
ତଦନ୍ତ ପରେ ଅରଣ୍ୟ ଅଧିକାରୀମାନେ ଚିଚୋଲି ଗାଁ’ର ଓଝାଙ୍କୁ ସନ୍ଦେହ କରିଥିଲେ। ସେମାନଙ୍କୁ ଗ୍ରାମବାସୀମାନେ କହିଥିଲେ କି, ମାଙ୍କଡ଼ପଲ ତା’ର ଛୋଟ ଖଳାରେ ପଶି ଯଥେଚ୍ଛା ନଷ୍ଟ କରିଥିଲେ।

ଜଣେ ବନ ବିଭାଗ ଅଧିକାରୀ କହିଛନ୍ତି, ଓଝା ଭାବିଲେ ଗୋଟାଏ ହନୁମାଙ୍କଡ଼କୁ ଫାଶୀରେ ଝୁଲାଇ ଦେଲେ ପଲ ଅନ୍ୟମାନେ ଆଉ ତା’ ଖଳାରେ ପଶିବେ ନାହିଁ। କେବଳ ସେହି କାରଣରୁ ହିଁ ସେ ମାଙ୍କଡ଼କୁ ଧରି ତା’ ହାତଗୋଡ଼ ଭାଙ୍ଗି ଗୋଟାଏ ଗଛରେ ଝୁଲାଇ ଦେଇଥିଲେ।
ବେତୁଲ ଜିଲ୍ଲା ବଣ ଓ ଜୈବ ବିବିଧତାରେ ସମୃଦ୍ଧ। ସ୍ଥାନୀୟ କୃଷକମାନେ କହନ୍ତି ଯେ ପୂର୍ବରୁ ହନୁମାଙ୍କଡ଼ମାନେ ତାଙ୍କ ଖଳାକୁ ପଶୁ ନ ଥିଲେ। ଗତ ତିନି ଚାରି ବର୍ଷ ହେବ ମାଙ୍କଡ଼ମାନେ ହଟହଟା କରୁଥିବାରୁ ପରିସ୍ଥିତି ଅଣଆୟତ ହୋଇପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe