ମଧ୍ୟପ୍ରଦେଶ: ଟ୍ରକ୍‌ ଧକ୍କାରେ କଟିଗଲା ବାନ୍ତି କରିବା ପାଇଁ ବସ୍‌ ଝରକାରେ ମୁହଁ କାଢ଼ିଥିବା ବାଳିକାର ମୁଣ୍ଡ

Advertisment
ମଧ୍ୟପ୍ରଦେଶ: ଟ୍ରକ୍‌ ଧକ୍କାରେ କଟିଗଲା ବାନ୍ତି କରିବା ପାଇଁ ବସ୍‌ ଝରକାରେ ମୁହଁ କାଢ଼ିଥିବା ବାଳିକାର ମୁଣ୍ଡ

ଇନ୍ଦୋର: ବାନ୍ତି କରିବା ପାଇଁ ଚଳନ୍ତା ବସ୍‌ର ଝରକାରେ ପଦାକୁ ମୁହଁ ଗଳାଇଥିବା ବେଳେ ରାସ୍ତାର ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍‌ରେ ବାଜି ଜଣେ ୧୩ ବର୍ଷୀୟ ବାଳିକାର ମୁଣ୍ଡ କଟିଯାଇଛି। ଘଟଣାଟି ମଙ୍ଗଳବାର ଦିନ ମଧ୍ୟପ୍ରଦେଶ ଅନ୍ତର୍ଗତ ଖଣ୍ଡଓ୍ଵା ଜିଲ୍ଲାରେ ଘଟିଛି।

‘ଏଏସ୍‌ପି’ ସୀମା ଅଲଓ୍ଵା କହିଛନ୍ତି, ଡ୍ରାଇଭର୍‌ଙ୍କ ପଛରେ ଥିବା ସିଟ୍‌ରେ ବସି ତମନ୍ନା ନାମ୍ନୀ ଉକ୍ତ ବାଳିକା ତା’ର ମା ଓ ଭଉଣୀଙ୍କ ସହ ଖଣ୍ଡଓ୍ଵାରୁ ପ୍ରାୟ ୧୩୦ କିଲୋମିଟର୍‌ ଦୂର ଇନ୍ଦୋରକୁ ଯାଉଥିଲା।

ଦେଶଗାଓଁ ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ରମେଶ ଗଓ୍ଵଲେ କହିଛନ୍ତି, ସକାଳ ୮ଟାରେ ବସ୍‌ଟି ଖଣ୍ଡଓ୍ଵାରୁ ଯାତ୍ରା ଆରମ୍ଭ କରି ସକାଳ ୯.୩୦ରେ ଇନ୍ଦୋର-ଇଚ୍ଛାପୁର ରାଜପଥ ବାଟେ ରୋଶିୟା ଫତାରେ ପହଞ୍ଚିଥିବା ସମୟରେ ତମନ୍ନାଙ୍କୁ ବାନ୍ତି ଲାଗିଥିବାରୁ ସେ ବାନ୍ତି କରିବାକୁ ହଠାତ୍‌ ପଦାକୁ ମୁହଁ କାଢ଼ି ପକାଇଥିଲେ। ଠିକ୍‌ ସେତିକି ବେଳେ ବିପରୀତ ପାର୍ଶ୍ୱରୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍‌ରେ ବାଜି ତାଙ୍କର ମୁଣ୍ଡ ଛିଡ଼ିଯାଇଥିଲା।

publive-image Image Courtesy of Inshorts

ଜଣେ ପ୍ରତ୍ୟକ୍ଷଦର୍ଶୀ କହନ୍ତି, କ’ଣ ହେଲା ଆମେ ଜାଣିପାରିଲୁ ନାହିଁ। ହଠାତ୍‌ ବସ୍‌ ଓ ଆମ୍ଭମାନଙ୍କ ଉପରେ ରକ୍ତ ଛିଟିକା ପଡ଼ିଲା। କେତେ କ୍ଷଣ ପରେ ବାଳିକାର ମାଆ ଆତଙ୍କିତ ହୋଇ ଚିତ୍କାର କଲେ। ବଡ଼ ଭୟାବହ ସେ ଦୃଶ୍ୟ।

ପୁଲିସ କହିଛି, ତମନ୍ନା ବେଙ୍ଗଲି କଲୋନିରେ ରହୁଥିଲା। ସେମାନେ ଜଣେ ଆତ୍ମୀୟଙ୍କ ବିବାହରେ ଯୋଗ ଦେବାକୁ ଯାଉଥିଲେ। ତମନ୍ନାଙ୍କ ଖୁଡ଼ୀ ରୁହି କହନ୍ତି, ତମନ୍ନା ଜଣେ ସରକାରୀ ଅଧିକାରିଣୀ ହେଉ ବୋଲି ତାଙ୍କ ବାପା ଚାହୁଁଥିଲେ। ସେଥିପାଇଁ ସେ ଅଞ୍ଚଳରେ ଥିବା ଏକ ଭଲ ସ୍କୁଲ୍‌ରେ ତାକୁ ପଢ଼ାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe