କରୋନା ପାଇଁ ଅନାଥ ହୋଇଥିବା ପିଲାମାନଙ୍କୁ ମାଗଣା ଶିକ୍ଷା ସହ ମାସିକ ୫,୦୦୦ଟଙ୍କା ଦେବେ ମଧ୍ୟପ୍ରଦେଶ ସରକାର

କରୋନା ପାଇଁ ଅନାଥ ହୋଇଥିବା ପିଲାମାନଙ୍କୁ ମାଗଣା ଶିକ୍ଷା ସହ ମାସିକ ୫,୦୦୦ଟଙ୍କା ଦେବେ ମଧ୍ୟପ୍ରଦେଶ ସରକାର

ndtv

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନେକ ପିଲା ନିଜ ମାତାପିତାଙ୍କୁ ହରାଇଛନ୍ତି | ଏବେ ମାତାପିତା ହରାଇଥିବା ସମସ୍ତ ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ | ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ କରୋନାରେ ପିତାମାତା କିମ୍ବା ଅଭିଭାବକ ହରାଇଥିବା ପିଲାମାନଙ୍କୁ ମାଗଣା ଶିକ୍ଷା ଏବଂ ମାସିକ ୫୦୦୦ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାରୀ ଗ୍ୟାରେଣ୍ଟି ଉପରେ ଋଣ ପ୍ରଦାନ କରିବ ରାଜ୍ୟ।

ସୂଚନା ମୁତାବକ, ମଧ୍ୟପ୍ରଦେଶରେ ଗତ ୨୪ଘଣ୍ଟାରେ ୮୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮,୯୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ସଂକ୍ରମଣ ୭,୦୦,୨୦୨ ଏବଂ ମୋଟ ମୃତ୍ୟୁସଂଖ୍ୟା ୬,୬୭୯ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ହେତୁ ରାଜ୍ୟ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛନ୍ତି। ମଧ୍ୟପ୍ରଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଏପ୍ରିଲ ୩୦ ଏବଂ ମେ ୧ରୁ ଅନୁଷ୍ଠିତ ହେବାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe