ପତ୍ନୀଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ମହାକାଳ ମନ୍ଦିରକୁ ସ୍ବାମୀ ଦାନ କଲେ ୧୭ଲକ୍ଷ ଟଙ୍କାର ଅଳଙ୍କାର

ସୁନା ୩୭୧ ଟଙ୍କା, ରୁପା ୬୩୦ ଟଙ୍କା କମିଲା

ଉଜୈନ: ଝାଡଖଣ୍ଡର ଜଣେ ବ୍ୟକ୍ତି ମଧ୍ୟପ୍ରଦେଶର ଉଜୈନସ୍ଥିତ ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ ନିଜର ସ୍ତ୍ରୀର ଶେଷ ଇଚ୍ଛା‌ ପୂରା କରିବା ପାଇଁ ୧୭ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦାନ କରିଛନ୍ତି। ଏସୂଚନା ମନ୍ଦିର ପ୍ରଶାସନର ଜଣେ ଅଧିକାରୀ ମଙ୍ଗଳବାର ଦେଇଛନ୍ତି।

ମନ୍ଦିର ପ୍ରଶାସନ ଗଣେଶ କୁମାରଙ୍କ କହିବାନୁସାରେ, ରଶ୍ମି ପ୍ରଭା ନାମକ ଜଣେ ମହିଳାଙ୍କ କିଛିଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା। ସେ ଭଗବାନ ମହାକାଳଙ୍କ ଭକ୍ତ ଥିଲେ ଓ ନିୟମିତ ଭଗବାନଙ୍କ ଦର୍ଶନ ପାଇଁ ଯାଉଥିଲେ। ଦୀର୍ଘଦିନ ଧରି ରୋଗରେ ପଡ଼ିବା ପରେ ସେ ତାଙ୍କ ସ୍ବାମୀଙ୍କୁ କହିଥିଲେ କି ଯଦି ତାଙ୍କର ମୃତ୍ୟୁ ହୋଇଥାଏ ତେବେ ତାଙ୍କର ଗହଣା ଭଗବାନଙ୍କୁ ଦାନ କରିଦିଆଯିବ।

ରଶ୍ମିଙ୍କ ପରିବାର ଝାଡଖଣ୍ଡର ବୋକାରୋରେ ବସବାସ କରନ୍ତି। ଗତ ଶନିବାର ରଶ୍ମିଙ୍କ ସ୍ବାମୀ ସଞ୍ଜୀବ କୁମାର ଓ ତାଙ୍କ ମା’ ମନ୍ଦିରରେ ଉକ୍ତ ଗହଣାଗୁଡ଼ିକୁ ଦାନ କରିଥିଲେ। ସେଥିମଧ୍ୟରେ ସୁନାର ଚୁଡ଼ି, ଝୁମକା‌ ରହିଛି। ମନ୍ଦିରକୁ ଦାନ କରାଯାଇଥିବା ଗହଣାର ଓଜନ ୩୧୦ ଗ୍ରାମ ରହିଛି। ଯାହାର ପାଖାପାଖି ମୂଲ୍ୟ ୧୭ଲକ୍ଷ ଟଙ୍କା ହେବ।

କରୋନାର ଦ୍ବିତୀୟ ଲହର ଆସିବା ପରେ ମହାକାଳେଶ୍ବର ମନ୍ଦିର ବନ୍ଦ ଥିଲା। ଗତ ଜୁନ ୨୮ ତାରିଖରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲି ଦିଆଯାଇଥିଲା। ଜୁନ ୨୮ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରବେଶ ଟିକେଟ, ଦାନ ଓ ଆରତୀ ପାଇଁ ବୁକିଂ ଓ ଲଡୁ ପ୍ରସାଦ ବିକ୍ରି ହେତୁ ପାଖାପାଖି ୨୩.୦୩ କୋଟି ଟଙ୍କା ପ୍ରାପ୍ତ ହୋଇଛି ବୋଲି ମନ୍ଦିର ପକ୍ଷରୁ ସୂଚନା ମିଳିଛି। ଭଗବାନ ଶିବଙ୍କ ସମଗ୍ର ଦେଶରେ ଥିବା ୧୨ଟି ଜ୍ୟୋର୍ତିଲିଙ୍ଗ ମନ୍ଦିର ମଧ୍ୟରୁ ଗୋଟିଏ ମନ୍ଦିର ହେଉଛି ଉଜୈନରେ ଥିବା ମହାକାଳେଶ୍ବର ମନ୍ଦିର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe