ଭଉଣୀ ଶବକୁ ‘ଫ୍ରିଜର୍‌’ରେ ରଖିଥିଲେ ଭିଣୋଇ; ହତ୍ୟା ଅଭିଯୋଗ କଲେ ଶଳା

ଭଉଣୀ ଶବକୁ ‘ଫ୍ରିଜର୍‌’ରେ ରଖିଥିଲେ ଭିଣୋଇ; ହତ୍ୟା ଅଭିଯୋଗ କଲେ ଶଳା

ରେୱା: ଭିଣୋଇ ଭଉଣୀକୁ ହତ୍ୟା କରିଛନ୍ତି ବୋଲି ଶଳା ଅଭିଯୋଗ କରିବାରୁ ରବିବାର ଦିନ ପୁଲିସ ମଧ୍ୟପ୍ରଦେଶର ରେୱା ଜିଲ୍ଲା ଅନ୍ତର୍ଗତ ତାଙ୍କ ବାସଭବନରୁ ଶବସଂରକ୍ଷଣ ନିମ‌ନ୍ତେ ଉଦ୍ଦିଷ୍ଟ ଫ୍ରିଜର୍‌ରୁ ସେ ମହିଳାଙ୍କ ଶବ ଉଦ୍ଧାର କରିଛି।

କିନ୍ତୁ, ମୃତା ମହିଳାଙ୍କ ସ୍ବାମୀ କହୁଛନ୍ତି କି, କାମଳ ରୋଗ (ଜଣ୍ଡିସ୍‌) ଯୋଗୁଁ ସ୍ତ୍ରୀ ମରିଯାଇଛନ୍ତି। ସେ କହିଛନ୍ତି, ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଗଲା। ପୁଅ ମୁମ୍ବାଇରୁ ଆସି ପହଞ୍ଚିଲେ ଶବ ସତ୍କାର କରାଯିବ। ସେଥିପାଇଁ ମୁଁ ତାଙ୍କ ଶବକୁ ‘ଫ୍ରିଜର୍‌’ରେ ରଖିଥିଲି।

Body of man exhumed a month after burial for autopsy

ମୃତ୍ୟୁର କାରଣ ଜାଣିବା ଲାଗି ପୁଲିସ ଉଦ୍ଧାର କରିଥିବା ସେ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଗଣମାଧ୍ୟମକୁ ସିଟି କୋଟ୍‌ୱାଲି ଥାନା ଇନ୍‌ସ୍‌ପେକ୍ଟର୍‌ ବିଜୟ ସିଂହ କହିଛନ୍ତି, ଭିଣୋଇ ଗୁପ୍ତରେ ଭଉଣୀକୁ ହତ୍ୟା କରିଛନ୍ତି ବୋଲି ଶଳା ଅଭୟ ତିୱାରି ଅଭିଯୋଗ କରିବାରୁ ଆମେ ସୁମିତ୍ରୀ ନାମ୍ନୀ ସେ ୪୦ ବର୍ଷୀୟ ମହିଳାଙ୍କ ଶବ ଉଦ୍ଧାର କରିଛୁ। କିନ୍ତୁ, ତାଙ୍କୁ କାମଳ ରୋଗ ହୋଇଥିଲା ଏବଂ ଜୁନ୍‌ ୩୦ରେ ତାଙ୍କର ମୃତ୍ୟୁ ଘଟିଲା। ପୁଅ ମୁମ୍ବାଇରୁ ଫେରିଲେ ଶବ-ସତ୍କାର ହେବ ବୋଲି ଶବକୁ ‘ଫ୍ରଜର୍‌’ରେ ରଖିଥିବା କଥା ସ୍ବାମୀ ଭରତ ମିଶ୍ରା କହିଛନ୍ତି। ‌

କିନ୍ତୁ, ଭଉଣୀଙ୍କ ମୃତ୍ୟୁ ଖବର ଶଳା କି, ତାଙ୍କ ପରିବାର ଲୋକେ ଜଣାଇ ନ ଥିଲେ। ଆଜି ସକାଳେ ହିଁ ଆମେ ଏ କଥା ଜାଣିଲୁ ବୋଲି ଭିଣୋଇ ତିୱାରି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିବା କଥା ପୁଲିସ ଇନ୍‌ସ୍‌ପେକ୍ଟର୍‌ କହିଛନ୍ତି।

ଅଭିଯୋଗ ଗ୍ରହଣ କରିବା ସହିତ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe