ମଧ୍ୟପ୍ରଦେଶ: ହାଜିରା ପକାଇବା ବେଳେ ଛାତ୍ରଛାତ୍ରୀମାନେ ‘ଜୟ ହିନ୍ଦ୍‌’ କହିବା ବାଧ୍ୟତାମୂଳକ

Advertisment
ମଧ୍ୟପ୍ରଦେଶ: ହାଜିରା ପକାଇବା ବେଳେ ଛାତ୍ରଛାତ୍ରୀମାନେ ‘ଜୟ ହିନ୍ଦ୍‌’ କହିବା ବାଧ୍ୟତାମୂଳକ

ଭୋପାଳ: ହାଜିରା ପକାଇବା ବେଳେ ରାଜ୍ୟର ସମସ୍ତ ସ୍କୁଲ୍‌ ଛାତ୍ରଛାତ୍ରୀ ‘ଜୟ ହିନ୍ଦ୍‌’ କହିବା ବାଧ୍ୟତାମୂଳକ ବୋଲି ମଧ୍ୟ ପ୍ରଦେଶ ସରକାର ଘୋଷଣା କରିଛନ୍ତି।

ଛାତ୍ରଛାତ୍ରୀମାନଙ୍କ ମନରେ ଦେଶାତ୍ମବୋଧ ଚେତନା ପ୍ରବେଶ କରାଇବା ପାଇଁ ଏହା ଏକ ପଦକ୍ଷେପ ବୋଲି ସରକାରୀ ବିବୃତିରେ କୁହାଯାଇଛି।
ପୂର୍ବରୁ ନଭେମ୍ବର ୨୦୧୭ରେ ମଧ୍ୟପ୍ରଦେଶ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ବିଜୟ ଶାହା କହିଥିଲେ ଏବେ ଉପସ୍ଥାନ ପକାଇବା ବେଳେ ୟେସ୍‌ ସାର୍‌ ଏବଂ ୟେସ୍‌ ମାମ୍‌ ବଦଳରେ ଛାତ୍ରଛାତ୍ରୀମାନେ ଜୟ ହିନ୍ଦ୍‌ କହିବେ।

ସେ କହିଥିଲେ ଯେ ଏହି ପଦକ୍ଷେପ ୧. ୨୨ ସରକାରୀ ସ୍କୁଲ୍‌ରେ ଲାଗୁ କରାଯିବ। ଏହାକୁ ପ୍ରବର୍ତ୍ତନ କରାଯିବା ନିମନ୍ତେ ସମସ୍ତ ଘରୋଇ ସ୍କୁଲ୍‌କୁ ଉପଦେଶାବଳୀ ଜାରି କରାଯିବ।

ଗତବର୍ଷ ଅକ୍ଟୋବର ମାସରେ ପରୀକ୍ଷାମୂଳକ ଭାବେ ଏହା ପ୍ରଥମେ ସାନ୍ତା ଜିଲ୍ଲାରେ ପ୍ରଚଳନ କରାଯାଇଥିଲା।

କଂଗ୍ରେସ ନେତା କେ କେ ମିଶ୍ର କିନ୍ତୁ, ସରକାରଙ୍କର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି: ଆମେ ଜୋରଜବରଦସ୍ତ ଦେଶାତ୍ମବୋଧତା ଜାଗ୍ରତ କରାଇପାରିବୁ ନାହିଁ। ଏହାକୁ ବାଧ୍ୟତାମୂଳକ କରିବା ଅନାବଶ୍ୟକ। ସରକାର ପ୍ରଥମେ ଶିକ୍ଷାର ମାନ କଥା ଭାବିବା ଉଚିତ। ସରକାରୀ ସ୍କୁଲ୍‌ରେ ଶିକ୍ଷକ ଅଭାବ ଦୂର କରିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe