ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଅନୁରୋଧ, ଟିକା ନେବାପରେ ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦୦ ଟଙ୍କା ଦାନ କର

Advertisment
ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଅନୁରୋଧ, ଟିକା ନେବାପରେ ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦୦ ଟଙ୍କା ଦାନ କର

MP Info

ଭୋପାଳ : ମଧ୍ୟପ୍ରଦେଶର ସଂସ୍କୃତି ମନ୍ତ୍ରୀ ଉଷା ଠାକୁର ଆଜି ରାଜ୍ୟର ନାଗରିକମାନଙ୍କୁ ଏକ ଅନୁରୋଧ କରିଛନ୍ତି। ୨ଟି ଯାକ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କର ଯଦି ଆର୍ଥିକ ସ୍ଥିତି ଭଲ ଅଛି ତେବେ ସେମାନେ ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦୦ ଟଙ୍କା ଦାନ କରିବାପାଇଁ ସେ ଅନୁରୋଧ କରିଛନ୍ତି। ଗଣମାଧ୍ୟମରେ ନିଜର ମତ ରଖି ଉଷା କହିଛନ୍ତି, କରୋନା ମହାମାରୀ ପାଇଁ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। ତେଣୁ ଯେଉଁମାନଙ୍କ ପାଖରେ ୫୦୦ ଟଙ୍କା ଦାନ କରିବା ଭଳି କ୍ଷମତା ରହିଛି ସେମାନେ ଟିକା ନେବାପରେ ପିଏମ୍‌କେୟାର୍ସ ପାଣ୍ଠିକୁ ୫୦୦ ଟଙ୍କା ଦାନ କରନ୍ତୁ। ଉଷା କହିଛନ୍ତି, ଗୋଟିଏ ଡୋଜ୍‌ ଟିକାର ଦାମ୍‌ ୨୫୦ ଟଙ୍କା। ତେଣୁ ଯିଏ ଟଙ୍କା‌ ଦେଇପାରିବେ ସେ ପିଏମ୍‌କେୟାର୍ସ ପାଣ୍ଠିକୁ ୨ଟି ଯାକ ଡୋଜ୍‌ ନେବାପରେ ୫୦୦ ଟଙ୍କା ଦିଅନ୍ତୁ। ତେବେ ମନ୍ତ୍ରୀଙ୍କ ଏଭଳି ପ୍ରସ୍ତାବ ସରକାରଙ୍କ ଅଡ଼ୁଆ ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe