ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ; ଲାଗୁ ହେଲା ଆଚରଣ ବିଧି

Advertisment
ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ; ଲାଗୁ ହେଲା ଆଚରଣ ବିଧି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ ଆଦି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ଆଜି ଅପରାହ୍ଣରେ ନିର୍ବାଚନ କମିସନ ତାଙ୍କ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା  କରିଛନ୍ତି।

ମଧ୍ୟପ୍ରଦେଶ ଓ ମିଜୋରାମରେ ୨୮ ନଭେମ୍ବର, ରାଜସ୍ଥାନରେ ଡିସେମ୍ବର ୭ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।  ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ୧୨ ନଭେମ୍ବର ଓ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ଏଥିସହ ଏହି ସମସ୍ତ ରାଜ୍ୟର ନିର୍ବାଚନ ଫଳାଫଳ  ଡିସେମ୍ବର ୧୧ରେ ପ୍ରକାଶ ପାଇବ। ନିବାଚନ ତାରିଖ ସହ ଏହି ସମସ୍ତ ରାଜ୍ୟରେ ଆଜି ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଛତିଶଗଡ଼ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜାନୁଆରି ୫ରେ ଶେଷ ହେବାକୁ ଥିବାବେଳେ, ମଧ୍ୟପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଜାନୁଆରି ୭ରେ, ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ଜାନୁଆରି ୨୦ରେ ଏବଂ ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୧୫ ରେ ଶେଷ ହେଉଥିଲା। ତେଣୁ, ଏହି ସମସ୍ତ ରାଜ୍ୟରେ ନୂତନ ବିଧାନସଭା ଗଠନ ପାଇଁ ନିର୍ବାଚନ ପ୍ରକ୍ରିୟା ଜାନୁଆରି ୧୫ ସୁଦ୍ଧା ଶେଷ କରିବାର ଆବଶ୍ୟକତା ରହିଥିଲା।

ତେବେ, କାର୍ଯ୍ୟକାଳ ଶେଷ ପୂର୍ବରୁ ଭଙ୍ଗ ହୋଇଥିବା ତେଲାଙ୍ଗାନା ବିଧାନସଭା ପାଇଁ ନିର୍ବାଚନ ବିଜ୍ଞପ୍ତି ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe