ଲକ୍ଷ୍ନୌ: ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବସପା) ମଧ୍ୟରେ ଆଗରୁ ଉତ୍ତରପ୍ରଦେଶ ପାଇଁ ମେଣ୍ଟ ଏବଂ ଆସନ ବୁଝାମଣା ଘୋଷଣା କରିସାରିଛନ୍ତି। ତେବେ ଆଜି ଦୁଇ ନେତା ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ମେଣ୍ଟ କରି ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଏକ ମିଳିତ ବିବୃତିରେ ସେମାନେ ଦେଇଥିବା ସୂଚନା ମୁତାବକ, ସମାଜବାଦୀ ପାର୍ଟି ମଧ୍ୟପ୍ରଦେଶରେ ୩ଟି ଲୋକସଭା ଆସନ(ବାଲଘାଟ, ଟିକମଗଡ଼ ଓ ଖଜୁରାହୋ) ଏବଂ ଉତ୍ତରାଖଣ୍ଡରେ ଗୋଟିଏ(ଗଡ଼ଵାଲ) ଲୋକସଭା ଆସନରେ ଲଢ଼ିବ। ସେହିପରି ମାୟାବତୀଙ୍କ ବସପା ଏହି ଦୁଇ ରାଜ୍ୟରେ ବାକି ସବୁ ଆସନରେ ପ୍ରାର୍ଥୀ ଦେବ ବୋଲି ବୁଝାମଣା ଚୂଡ଼ାନ୍ତ ହୋଇଛି। ସୂଚନା ଥାଉ କି, ମଧ୍ୟପ୍ରଦେଶରେ ମୋଟ ୨୯ଟି ଏବଂ ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନ ରହିଛି।
ମଧ୍ୟପ୍ରଦେଶ-ଉତ୍ତରାଖଣ୍ଡ ପାଇଁ ସପା-ବସପା ମେଣ୍ଟ
Advertisment
Follow Us