ମଧ୍ୟପ୍ରଦେଶ ପୌର ନିର୍ବାଚନ, ଶକ୍ତି ଦେଖାଇଲା କଂଗ୍ରେସ

୯ଟି ପରିଷଦ ଦଖଲ କରି ବିଜେପି ସହ ସମାନ ସ୍ଥିତିରେ

ପ୍ରାର୍ଥୀ ଚୟନକୁ ନେଇ ଛାତ୍ର ବିଜେଡିରେ ବିବାଦ

Photo by : magzter.com

ଭୋପାଳ  : ମଧ୍ୟପ୍ରଦେଶ ପୌର ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ୧୯ଟି ପୌରାଞ୍ଚଳରେ ହୋଇଥିବା ନିର୍ବାଚନରେ ଉଭୟ କଂଗ୍ରେସ ଏବଂ ବିଜେପି ଦଖଲକୁ ୯ଟି ଲେଖାଏଁ ପୌର ପରିଷଦ ଯାଇଛି ଏବଂ ଅନ୍ୟ ଗୋଟିଏ ପରିଷଦର ଅଧ୍ୟକ୍ଷ ପଦ ସ୍ୱାଧୀନ ପ୍ରାର୍ଥୀ ଦଖଲ କରିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଲୋକପ୍ରିୟତା ବିଜେପିକୁ କଂଗ୍ରେସ ଦଖଲରେ ଥିବା ରାଘୋଗଡ଼ ଆସନ ହାତେଇବାରେ ସାହାଯ୍ୟ କରିପାରିନି। ଗତ ଦୁଇ ଦଶନ୍ଧି ଧରି ରାଘୋଗଡ଼- ବିଜୟପୁର ପୌର ପରିଷଦ କଂଗ୍ରେସ ନିୟନ୍ତ୍ରଣରେ ଥିବା ବେଳେ ଚଳିତଥର ମଧ୍ୟ ଏହା କଂଗ୍ରେସର କବ୍‌୍‌ଜାରେ ରହିଛି। ୬ ନଗରପାଳିକା ମଧ୍ୟରୁ କଂଗ୍ରେସ ୪ଟିରେ ବିଜୟ ହାସଲ କରିଥିବାବେଳେ ବିଜେପି ମାତ୍ର ୨ଟିରେ ସୀମିତ ରହିଛି। ସେହିପରି ବିଜେପି ୭ଟି ନଗର ପରିଷଦରେ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ୫ଟିରେ ଜିତିଛି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ଭାଗରେ ଗୋଟିଏ ପଡ଼ିଛି। ରାଘୋଗଡ଼ରେ କଂଗ୍ରେସ ୨୪ଟି ଓ୍ଵାର୍ଡରୁ ୨୦ଟି ଓ୍ଵାର୍ଡରେ ଜିତିଛି ଏବଂ ବିଜେପି ମାତ୍ର ୪ଟିରେ ବିଜୟୀ ହୋଇଛି। ସେହିପରି ଶିବରାଜଙ୍କ ବରିଷ୍ଠ ମନ୍ତ୍ରୀ ରଞ୍ଜନ ସିଂହ ବାଘେଲ ଏବଂ ଅନ୍ତର ସିଂହ ଆର୍ଯ୍ୟଙ୍କ ପ୍ରବଳ ପତିଆରା ଥିବା ମନଓ୍ଵର, ଧାର ଏବଂ ବରଓ୍ଵାନି ନଗରପାଳିକାକୁ କଂଗ୍ରେସ ନିଜ ଦଖଲକୁ ନେଇ ତା’ର ଶକ୍ତି ଦେଖାଇଛି। କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏହି କଡ଼ା ମୁକାବିଲା ବିଜେପିର ଚିନ୍ତା ବଢ଼ାଇ ଦେଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୌର ନିର୍ବାଚନ ପାଇଁ ଜୋର୍‌ଦାର ପ୍ରଚାର କରିବା ସହ ଅନେକ ର‍୍ୟାଲି କରିଥିବା ସତ୍ତ୍ୱେ ଦଳର ଏହି ସ୍ଥିତି ଉଦ୍‌୍‌ବେଗର କାରଣ ହୋଇଛି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନକୁ ସେମି ଫାଇନାଲ୍‌ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe