Image Source: India Today
ଚେନ୍ନାଇ: ‘ସିଏଏ’ ଏବଂ ‘ଏନ୍ଆର୍ସି’କୁ ବିରୋଧ କରି ବୁଧବାର ଦିନ ଚେନ୍ନାଇର ଓ୍ଵାଲାଜା ରୋଡ୍ରେ ବିଶାଳ ଜନସମାଗ ହୋଇଛି।
‘ସିଏଏ’, ‘ଏନ୍ଆର୍ସି’ ଏବଂ ‘ଏନ୍ପିଆର୍’ ବିରୋଧରେ ଗୃହରେ ପ୍ରସ୍ତାବନା ଆଗତ କରିବା ନିମନ୍ତେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ସଂଗଠନ ଦାବି କରିଆସୁଥିଲା। ଏହି ଦାବି ହାସଲ କରିବା ନିମନ୍ତେ ଏକ ବିଶାଳ ପଦଯାତ୍ରାରେ ଯାଇ ବିଧାନସଭା ଘେରାଉ କରିବା ନିମନ୍ତେ ପ୍ରତିବାଦକାରୀମାନେ ଘୋଷଣା କରିଥିଲେ।
କିନ୍ତୁ ମଙ୍ଗଳବାର ଦିନ ମାଡ୍ରାସ ହାଇକୋର୍ଟ ଏହି ପଦଯାତ୍ରା ଉପରେ ନିଷେଧାଜ୍ଞା ଜାରି କରିଥିଲେ। ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ କରି ବିପୁଳସଂଖ୍ୟକ ପ୍ରତିବାଦକାରୀ ଆଜି ପଦଯାତ୍ରାରେ ଯୋଗ ଦେଇଛନ୍ତି।
Image Source: Zee Newsବିଧାସଭା ଅଟ୍ଟାଳିକା ପାଖକୁ ପ୍ରତିବାଦକାରୀଙ୍କୁ ନ ଛାଡ଼ିବକୁ ରାଜ୍ୟ ସଚିବାଳୟ ଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଚେପାଉକ୍ରୁ ସଚିବାଳୟକୁ ପଡ଼ିଥିବା ରାସ୍ତାର କେତେକ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି।
‘ତାମିଲନାଡୁ ଇସ୍ଲାମିକ୍ ଆଣ୍ଡ୍ ପଲିଟିକାଲ୍ ଅର୍ଗାନାଇଜେସନ୍ସ୍’ ଏବଂ ତା’ର ସହଯୋଗୀ ସଂଗଠନମାନେ ଡାକରା ଦେଇଥିବା ପଦଯାତ୍ରାକୁ ଜଷ୍ଟିସ୍ ଏମ୍ ସତ୍ୟନାରାୟଣ ଏବଂ ଆର୍ ହେମଲତାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଷିଦ୍ଧ କରିଛନ୍ତି। ଏହା ସହ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଅଦାଲତ ‘ସିଏଏ’, ‘ଏନ୍ଆର୍ସି’ ଏବଂ ‘ଏନ୍ପିଆର୍’ ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।
Follow Us