ସମସ୍ତ ସ୍ପା ଏବଂ ମାଲିସ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଲେ ମାଡ୍ରାସ ହାଇକୋର୍ଟ

Advertisment
ସମସ୍ତ ସ୍ପା ଏବଂ ମାଲିସ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ସମସ୍ତ ସ୍ପା ଏବଂ ମାଲିସ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯେ କୌଣସି ସମୟରେ ସ୍ପା ଏବଂ ମାଲିସ କେନ୍ଦ୍ରରେ ଯାଞ୍ଚ କରିବାକୁ ପୁଲିସକୁ କ୍ଷମତା ଦିଆଯାଇଛି। ସମସ୍ତ ସ୍ପା ଏବଂ ମାଲିସ୍‌ କେନ୍ଦ୍ରରେ କାର୍ଯ୍ୟକ୍ଷମ ସିସିଟିଭି କ୍ୟାମେରା ଅଛି ବୋଲି ନିଶ୍ଚିତ କରିବାକୁ ତାମିଲନାଡୁ ଡିଜିପିଙ୍କୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏ ପ୍ରସଙ୍ଗରେ ଇସିଆରରେ ଏକ ଆୟୁର୍ବେଦିକ ଥେରାପି କେନ୍ଦ୍ର ଚଳାଉଥିବା ସିପି ଗିରିଜାଙ୍କ ଆବେଦନକୁ ମାଡ୍ରାସ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଯେଉଁ ଆବେଦନରେ ଚେନ୍ନାଇ ପୁଲିସକୁ ତାଙ୍କ ବ୍ୟବସାୟିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବାରୁ ନିବୃତ୍ତ କରିବାକୁ ଗିରିଜା ମାଡ୍ରାସ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ।

ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ଏମ୍‌ ସୁବ୍ରମଣ୍ୟମ୍‌ ମାମଲାର ଶୁଣାଣି କାଳରେ କହିଥିଲେ ଯେ, ଡିଜିପି ଏହି ସ୍ପା, ମାଲିସ୍‌ ସେଣ୍ଟର ଏବଂ ଥେରାପି କେନ୍ଦ୍ରଗୁଡ଼ିକ ଯେପରି ସ୍ୱଚ୍ଛ ଢଙ୍ଗରେ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ପରିଚାଳନା କରୁଛନ୍ତି ତାହାକୁ ନିଶ୍ଚିତ କରିବେ ଏବଂ ନିଛାଟିଆ କିମ୍ବା ବନ୍ଦ କୋଠରୀରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବେ ଯାହା ବେଆଇନ କାର୍ଯ୍ୟକଳାପ ବନ୍ଦ ପାଇଁ ପଥ ପରିଷ୍କାର କରିବ।

ଅଦାଲତ କହିଛନ୍ତି ଯେ ଯେକୌଣସି ସମୟରେ ଏହି ସ୍ପା, ମାଲିସ୍‌ ସେଣ୍ଟର ଏବଂ ଥେରାପି କେନ୍ଦ୍ରଗୁଡ଼ିକ ଯାଞ୍ଚ କରିବାକୁ ପୁଲିସକୁ କ୍ଷମତା ଦିଆଯାଇଛି। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଏହିପରି ସାର୍ବଜନୀନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ଦ୍ୱାରା ବେଆଇନ କାର୍ଯ୍ୟକଳାପକୁ ବହୁ ମାତ୍ରାରେ ରୋକା ଯାଇ ପାରିବ। ସ୍ପା କେନ୍ଦ୍ରଗୁଡିକ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ପରିଚାଳନା ପାଇଁ ନିଛାଟିଆ କିମ୍ବା ବନ୍ଦ କୋଠରୀରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ପାଇବା ପରେ କିମ୍ବା ପ୍ରାପ୍ତ ସୂଚନା ଆଧାରରେ ଏହିପରି କେନ୍ଦ୍ରରେ କୌଣସି ବେଆଇନ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe