Image Courtesy of India Today
ଚେନ୍ନାଇ: ‘ଏଆଇଏଡିଏମ୍କେ’ ସାଧାରଣ ପରିଷଦ୍ ବୈଠକ ମାମଲାରେ ଆଜି ମାଡ୍ରାସ୍ ହାଇକୋର୍ଟ ଓ. ପନ୍ନୀରସେଲ୍ଭମ୍ଙ୍କ ସପକ୍ଷରେ ରାୟ ଦେଇ ସାନି ବୈଠକ ପାଇଁ ଆଦେଶ ଦେଇଛନ୍ତି।
ରାୟ ଦେଇ ବିଚାରପତି ଜି. ଜୟଚନ୍ଦ୍ରନ୍ କହିଛନ୍ତି ଯେ, ‘ଏଆଇଏଡିଏମ୍କେ’ର ସ୍ଥିତାବସ୍ଥା ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ କାଏମ ରହୁଛି। ସମନ୍ବୟ ରକ୍ଷାକାରୀ ଏବଂ ଯୁଗ୍ମ ସମନ୍ବୟ ରକ୍ଷାକାରୀଙ୍କୁ ସମ୍ମତି ବିନା ସାଧାରଣ ପରିଷଦ୍ ବୈଠକ ବସି ପାରିବ ନାହିଁ।
Image Courtesy of NDTVପ୍ରଥମେ ବିଚାରପତି କୃଷ୍ଣନ୍ ରାମାସାମୀଙ୍କଦ୍ବାରା ଶୁଣାଣି ହୋଇଥିବା ଏହି ମାମଲାକୁ ବିଚାରପତି ଜି. ଜୟଚନ୍ଦ୍ରନ୍ଙ୍କ ଖଣ୍ଡପୀଠକୁ ଅଣାଯାଇଥିଲା। ‘ଓପିଏସ୍’ଙ୍କ ଓକିଲ ବିଚାରପତି ପରିବର୍ତ୍ତନ କରିବାକୁ କହିବାରୁ ଉକ୍ତ ମାମଲାକୁ ଅନ୍ୟ ଜଣେ ବିଚାରପତିଙ୍କ ଖଣ୍ଡପୀଠକୁ ସ୍ଥାନାନ୍ତର କରାଗଲା। କିନ୍ତୁ, ବିଚାରପତି ପରିବର୍ତ୍ତନ ଅନୁରୋଧକୁ ଅଦାଲତ ଅସନ୍ତୋଷର ସହ ଗ୍ରହଣ କରିଥିଲେ। ବିଚାର ବ୍ୟବସ୍ଥା ପ୍ରତି ବିଶ୍ବାସ ନାହିଁ କହି ଅଦାଲତ ‘ଓପିଏସ୍’ଙ୍କୁ ସମାଲୋଚନା କରିଥିଲେ। ପରେ ‘ଓପିଏସ୍’ ଟିମ୍ ଅଦାଲତଙ୍କୁ ଏଥିପାଇଁ କ୍ଷମା ମାଗିଥିଲେ।
ସେ ଯାହାହେଉ, ବିଚାରପତି ପରିବର୍ତ୍ତନ କରାଯିବା ପରେ ବିଚାରପତି ଜୟଚନ୍ଦ୍ରନ୍ ଦୁଇ ପକ୍ଷଙ୍କ ପୁରୁଣା ଯୁକ୍ତିର ଶୁଣାଣି କରି ଆଦେଶ ସଂରକ୍ଷିତ ରଖିଥିଲେ।
‘ଓପିଏସ୍’ଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ କି, ଯେଉଁ ସାଧାରଣ ପରିଷଦ୍ ବୈଠକରେ ଇ. ପଲାନିସ୍ବାମୀ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେଲେ, ତାହା ଅବୈଧ୍ୟ।
Follow Us