‘ଓପିଏସ୍‌’ଙ୍କ ଆବେଦନକୁ ଅଗ୍ରାହ୍ୟ କରି ‘ଏଆଇଏଡିଏମ୍‌କେ’ର ସାଧାରଣ ପରିଷଦ୍‌ ବୈଠକ ପାଇଁ ଅନୁମତି ଦେଲେ ମାଡ୍ରାସ୍‌ ହାଇକୋର୍ଟ

Advertisment
‘ଓପିଏସ୍‌’ଙ୍କ ଆବେଦନକୁ ଅଗ୍ରାହ୍ୟ କରି ‘ଏଆଇଏଡିଏମ୍‌କେ’ର ସାଧାରଣ ପରିଷଦ୍‌ ବୈଠକ ପାଇଁ ଅନୁମତି ଦେଲେ ମାଡ୍ରାସ୍‌ ହାଇକୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ପୂର୍ବାହ୍ନ ୯.୧୫ରେ ଆରମ୍ଭ ହେବାକୁ ଥିବା ‘ଏଆଇଏଡିଏମ୍‌କେ’ ସାଧାରଣ ପରିଷଦ୍‌ ବୈଠକ ଉପରେ ରହିତାଦେଶ ଜାରି କରିବା ଲାଗି ଆଜି ସକାଳେ ମାଡ୍ରାସ୍‌ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ବୈଠକ ଉପରେ ରହିତାଦେଶ ଜାରି କରିବା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲବମ୍‌ (ଓପିଏସ୍‌)ଏବଂ ଅନ୍ୟମାନେ କରିଥିବା ଆବେଦନକୁ ଅଗ୍ରାହ୍ୟ କରି ବିଚାରପତି କୃଷ୍ଣନ୍‌ ରାମସ୍ବାମୀ ଉପରୋକ୍ତ ଆଦେଶ ଦେଇଛନ୍ତି।

‘ଓପିଏସ୍’ଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ଗୁରୁ କୃଷ୍ଣନକୁମାର କହିଥିଲେ ଯେ, ଦଳର ‘ବାଇଲ’ ଅନୁସାରେ ବୈଠକ ନିମନ୍ତେ ସମୁଚ୍ଚିତ ନୋଟିସ ଜାରି କରାଯାଇ ନାହିଁ ଏବଂ ସେଥିରେ କ‌ୌଣସି ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷ ସ୍ବାକ୍ଷର କରି ନାହାନ୍ତି। ‘ବାଇଲ’ ଅନୁସାରେ, କେବଳ କୋଅର୍ଡିନେଟର୍‌ ଏବଂ ଜଏଣ୍ଟ୍‌ କୋଅର୍ଡିନେଟର୍‌ ବୈଠକ ଡକାଇ ପାରିବେ। କିନ୍ତୁ, ଆଜିର ବୈଠକ ପାଇଁ ନୋଟିସ୍‌ ଜାରି କରିଛନ୍ତି ମୁଖ୍ୟାଳୟର କାର୍ଯ୍ୟକର୍ତ୍ତାମାନେ।

publive-image Image Courtesy of The Times of India

‘ଓପିଏସ୍’ଙ୍କ ଯୁକ୍ତିକୁ ବିରୋଧ କରି ‘ଏଡାପ୍ପାଡି କେ. ପଲାନିସ୍ବାମୀଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ବିଜୟ ନାରାୟଣ କହିଥିଲେ କି, ଏହା ନୋଟିସ୍‌ ନୁହେଁ, ବୈଠକରେ ଯୋଗ ଦେବା ପାଇଁ ଆମନ୍ତ୍ରଣ।

ସେ ଆହୁରି ମଧ୍ୟ କହିଥିଲେ ଯେ, ବୈଠକ ହୋଇପାରିବ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦିଷ୍ଟ ଭାବେ କହି ସାରିଥିବାରୁ ଏହା ଉପରେ ରହିତାଦେଶ ଜାରି କରିବା ହାଇକୋର୍ଟ ପାଇଁ ଉଚିତ ହେବନାହିଁ।

ଉଲ୍ଲେଖଯୋଗ୍ୟ, ଆଜି ସକାଳେ ଚେନ୍ନାଇର ରୟାପେଟ୍ଟାରେ ଥିବା ‘ଏଆଇଏଡିଏମ୍‌କେ’ର ମୁଖ୍ୟାଳୟରେ ‘ଇପିଏସ୍’ ଏବଂ ‘ଓପିଏସ୍‌’ ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହେବାରୁ ପରିସ୍ଥିତି ଉତ୍ତେଜନପୂର୍ଣ୍ଣ ଥିଲା। ସକାଳେ ‘ଓପିଏସ୍‌’ ମୁଖ୍ୟାଳୟରେ ପହଞ୍ଚିଥିବା ବେଳେ ‘ଇପିଏସ୍’ ସାଧାରଣ ପରିଷଦ୍‌ ବୈଠକରେ ଯୋଗ ଦେବାକୁ ଚେନ୍ନାଇର ବନଗରମକୁ ଯାଇଥିଲେ। ବୈଠକରେ ତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe