India.com
ପ୍ରୟାଗରାଜ: ଶୁକ୍ରବାର ପୌଷ ପୂର୍ଣ୍ଣିମା ଦିନ ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ସଙ୍ଗମ କୂଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାର୍ଷିକ ମାଘ ମେଳା ଆରମ୍ଭ ହୋଇଛି।
ଆଜି ସଙ୍ଗମରେ ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ଅନୁମାନ କରାାଯାଉଛି। ଚନ୍ଦ୍ରଗ୍ରହଣ ପଡୁଥିବାରୁ ବୁଡ଼ପକାଳିଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି।
Image Source: The Hans Indiaମାଘ ମେଳା ଦିନ ‘କଳ୍ପବାସ’ ମଧ୍ୟ ଆରମ୍ଭ ହୁଏ। ଏଥିରେ ଭକ୍ତମାନେ ଏକ ମାସ ଯାଏଁ ପୃଥକ୍ ପୃଥକ୍ ଅଞ୍ଚଳରେ ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କରିବା ସହ ଉପବାସ ଓ ପୂଜାର୍ଚ୍ଚନା କରିଥାଆନ୍ତି।
ମେଳା ନଗରୀରେ ୩, ୫୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପ୍ରବଳ ଶୀତ ପଡ଼ିଥିବାରୁ କାଳେ କେହି ଅସୁସ୍ଥ ହୋଇ ପଡ଼ିବେ ସେଥିପାଇଁ ସଙ୍ଗମ ଚାରିପଟେ ଏବଂ ମେଳା ନଗରୀର ଅନ୍ୟାନ୍ୟ ଅଞ୍ଚଳରେ ଆମ୍ବୁଲାନ୍ସ୍ ପ୍ରସ୍ତୁତ କରି ରଖାଯାଇଛି। ଏହାଛଡ଼ା ମେଳା ନଗରୀରେ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଖୋଲାଯାଇଛି। ପରିମଳ, ଘାଟ, ନିରାପତ୍ତା, ଅଗ୍ନିଶମ ସେବା, ରେସନ୍ ବଣ୍ଟନ, ହୃତ୍ସମ୍ପଦ ଶିବିର, ପାନୀୟ ଜଳ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ସେଠାରେ କରାଯାଇଛି।
Follow Us