ଯୌନାଙ୍ଗରେ ଟାଣିଲେ ଟ୍ରାକ୍ଟର୍‌

Advertisment

ମାଘମେଳାରେ ସାଧୁଙ୍କ ଶକ୍ତି ପ୍ରଦର୍ଶନ

ମାଘମେଳାରେ ସାଧୁଙ୍କ ଶକ୍ତି ପ୍ରଦର୍ଶନ

ଯୌନାଙ୍ଗରେ ଟାଣିଲେ ଟ୍ରାକ୍ଟର୍‌

ଆଲ୍ଲାହାବାଦ: ଉତ୍ତରପ୍ରଦେଶର ଆଲ୍ଲାହାବାଦ ସ୍ଥିତ ଗଙ୍ଗା ନଦୀର ସଂଗମ ଘାଟରେ ଚାଲିଥିବା ମାଘମେଳାରେ ଜଣେ ସାଧୁଙ୍କ ଅଦ୍ଭୁତ ଶକ୍ତି ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିଭିନ୍ନ ସମୟରେ ଯୋଦ୍ଧାମାନେ ନିଜର ନଖ ବା କେଶ ଦ୍ୱାରା ଭାରୀ ପଦାର୍ଥ ଟାଣିବା ବା ଉଠାଇ ନିଜର ଶକ୍ତି ପ୍ରଦର୍ଶନ କରିବା ଘଟଣା କିଛି ନୁଆ ନୁହେଁ। ତେବେ ଏହି ନଗ୍ନ ସାଧୁ ଜଣକ ନିଜ ଯୌନାଙ୍ଗରେ ଏକ ଭାରୀ ଟ୍ରାକ୍ଟରକୁ ଟାଣି ଟାଣି ନେବାର ବିରଳ ଦୃଶ୍ୟ ଏବେ ଭାଇରାଲ୍‌ ହୋଇଛି। ମିନି କୁମ୍ଭ ମେଳା ଭାବେ ବିବେଚିତ ଆଲ୍ଲାହାବାଦର ଏହି ବାର୍ଷିକ ମାଘମେଳାରେ ସମବେତ ହୋଇଥିବା ସାଧୁମାନେ ନିଆରା ଢଙ୍ଗରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବାର ନଜିର ରହିଛି। ତେବେ ଏହି ପକ୍ୱକେଶ ହୃଷ୍ଟପୃଷ୍ଟ ସାଧୁ ଜଣକ ସମ୍ପୂର୍ଣ୍ଣ ବିବସ୍ତ୍ର ଅବସ୍ଥାରେ ନିଜର ଐଶ୍ୱରିକ ଶକ୍ତିକୁ ଏପରି ନିଆରା ଶୈଳୀରେ ପ୍ରଣିତ କରିବାକୁ ଉଦ୍ୟମ କରିଛନ୍ତି। ଏକ ଭାରୀ ଟ୍ରାକ୍ଟରରେ ବନ୍ଧା ଦଉଡ଼ିକୁ ନିଜ ଗୁପ୍ତାଙ୍ଗରେ ଛନ୍ଦି ସେ ଅନାୟାସରେ ଟାଣି ଟାଣି ନେବାର ଦୃଶ୍ୟ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ହତଚକିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe