ରାଜ୍ୟସଭା ନିର୍ବାଚନ: ରିସର୍ଟରେ ଯାଦୁଖେଳ ଦେଖି ସୁସ୍ବାଦୁ ଭୋଜନ ଖାଇ ମଉଜ କରୁଛନ୍ତି ରାଜସ୍ଥାନ କଂଗ୍ରେସ ବିଧାୟକ

Advertisment
ରାଜ୍ୟସଭା ନିର୍ବାଚନ: ରିସର୍ଟରେ ଯାଦୁଖେଳ ଦେଖି ସୁସ୍ବାଦୁ ଭୋଜନ ଖାଇ ମଉଜ କରୁଛନ୍ତି ରାଜସ୍ଥାନ କଂଗ୍ରେସ ବିଧାୟକ

Image Courtesy of India Today

ଜୟପୁର: ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ଥିବା ବେଳେ କଂଗ୍ରେସ ଓ ବିଜେପିର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଉଦୟପୁର ଏବଂ ଜୟପୁରର ପଞ୍ଚତାରକା ରିସର୍ଟମାନଙ୍କରେ ରଖାଯାଇଛି। ବିଜେପି ତା’ର ବିଧାୟକମାନଙ୍କୁ ଜୟପୁର ଉପକଣ୍ଠସ୍ଥିତ ଜାମଦୋଲିରେ ଥିବା ଏକ ରିସର୍ଟରେ ରଖିଥିବା ବେଳେ କଂଗ୍ରେସ ମଧ୍ୟ ତା’ର ଦଳୀୟ ବିଧାୟକମାନଙ୍କୁ ଉଦୟପୁରସ୍ଥିତ ଏକ ରିସର୍ଟରେ ରଖିବାର ବନ୍ଦୋବସ୍ତ କରିଛି।

ଉଦୟପୁରସ୍ଥିତ ବିଳାଶମୟ ଏବଂ ଅତ୍ୟନ୍ତ ମନୋରମ ତାଜ୍‌ ଆରାବଳୀ ହୋଟେଲ୍‌ରେ କଂଗ୍ରେସ ବିଧାୟକ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଖୁବ୍‌ ମଉଜମଜଲିସ୍‌ରେ ସମୟ ଅତିବାହିତ କରୁଛନ୍ତି। ବିଧାୟକ, ମନ୍ତ୍ରୀ ଏବଂ ଅଶୋକ ଗେହଲଟ୍‌, ରଣଦୀପ ସିଂହ ସୁର୍ଯ୍ୟେୱାଲା, ମୁକୁଲ ଓବାସିନିକ୍‌ଙ୍କ ସମେତ ବରିଷ୍ଠ ନେତାମାନଙ୍କ ପାଇଁ ସେଠାରେ ୧୫୦ଟି କୋଠରି ବୁକ୍‌ କରାଯାଇଛି। ଏହି ବିଳାସମୟ କୋଠରିଗୁଡ଼ିକର ଦୈନିକ ଭଡ଼ା ୨୫,୦୦୦/-ରୁ ୭୮,୦୦୦/- ଟଙ୍କା। ସେମାନେ ହସକୌତୁକ କରି, ସୁସ୍ବାଦୁ ଭୋଜନ ଖାଇ, କସରତ କରି ଏବଂ ଯାଦୁଖେଳ ଦେଖି ଆନନ୍ଦ କରୁଛନ୍ତି।

publive-image Image Courtesy of NDTV

ନିଜସ୍ବ ବିଧାୟକମାନଙ୍କ ସମେତ ସମୁଦାୟ ୧୨୬ଜଣ ବିଧାୟକଙ୍କ ସମର୍ଥନ ଅଛି ବୋଲି କଂଗ୍ରେସ କହିଛି। କଂଗ୍ରେସର ୩ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୧୨୩ଜଣ ବିଧାୟକଙ୍କ ଭୋଟ୍‌ ଆବଶ୍ୟକ ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି।

ସେପଟେ, ଜୁନ୍‌ ୬ ତାରିଖରୁ ଜୟପୁର ଉପକଣ୍ଠରେ ବିଜେପି ତା’ର ବିଧାୟକମାନଙ୍କ ପାଇଁ ବିଳାସମୟ ଦେବୀ ରତନ ରିସର୍ଟରେ ୬୦ଟି କୋଠରି ବୁକ୍‌ କରିଛି। ଏଠାରେ ପ୍ରତି କୋଠରିର ଦୈନିକ ଭଡ଼ା ବାବଦକୁ ୧୦,୦୦୦/-ରୁ ଅଧିକ ଟଙ୍କା ବ୍ୟୟ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe