Image Courtesy of NCS Twitter
ନୂଆଦିଲ୍ଲୀ: ଆଜି ସକାଳ ୫.୪୯ରେ ଆଫଗାନିସ୍ତାନରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ଦି ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନାରୁ ଜଣାପଡ଼ିଛି।
କାବୁଲ୍ ନଗରୀର ପୂର୍ବକୁ ୮୫ କିଲୋମିଟର୍ ଦୂରବର୍ତ୍ତୀ ଅଞ୍ଚଳ ଅନ୍ତର୍ଗତ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତର ଥିଲା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ। କିନ୍ତୁ, ଏଥିଯୋଗୁଁ କେହି ମୃତାହତ ହୋଇଥିବା କିଂବା କିଛି ଧନସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟ ମିଳିନାହିଁ।
ଉଲ୍ଲେଖଯୋଗ୍ୟ, ମାର୍ଚ ୨୭ ତାରିଖ ଦିନ ମଧ୍ୟ ଆଫଗାନିସ୍ତାନର ତଖାର୍ ପ୍ରଦେଶ ଅନ୍ତର୍ଗତ ଫର୍ଖାର୍ ଜିଲ୍ଲାର ଦକ୍ଷିଣ ଭାଗରେ ଗୋଟାଏ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା ଥିଲା ୪.୨। ଭୋର୍ ୪.୫୩ରେ ଭୂଗର୍ଭର ୧୨୪.୧ କିଲୋମିଟର୍ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା ବୋଲି ‘ୟୁନାଇଟେଡ୍ ଷ୍ଟେଟ୍ସ୍ ଜିଓଲୋଜିକାଲ୍ ସର୍ଭେ’ (ୟୁଏସ୍ଜିଏସ୍) ରିପୋର୍ଟ କରିଥିଲା
Image Courtesy of India.comସେହିପରି, ମାର୍ଚ ୨୨ ତାରିଖ ଦିନ ଆଫଗାନିସ୍ତାନରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ଏବଂ ଏଥିଯୋଗୁଁ ସମଗ୍ର ଆଫଗାନିସ୍ତାନ ଓ ପାକିସ୍ତାନରେ ଅନ୍ୟୂନ ୧୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ ପାଖାପାଖି ୨୫୦ଜଣ ବ୍ୟକ୍ତି ଆହତ ହୋଇଥିଲେ। ପାକିସ୍ତାନ ପାଣିପାଗ ବିଭାଗ କହିବା ଅନୁସାରେ, ଭୂଗର୍ଭର ୧୮୦ କିଲୋମିଟର୍ ଅଭ୍ୟନ୍ତରରେ ସଂଘଠିତ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ।
ଉପରୋକ୍ତ ଭୂମିକମ୍ପ ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା।
Follow Us