ସିଏଏ ବିରୋଧୀ ର‍୍ୟାଲିରେ ଯୋଗଦେବାକୁ ଯାଉଥିବା ବେଳେ ମାଗ୍‌ସେସେ ପୁରସ୍କାର ବିଜେତା ସାମାଜିକ କର୍ମୀଙ୍କୁ ମଝିବାଟରୁ ଗିରଫ କଲା ୟୁପି ପୁଲିସ

ସିଏଏ ବିରୋଧୀ ର‍୍ୟାଲିରେ ଯୋଗଦେବାକୁ ଯାଉଥିବା ବେଳେ ମାଗ୍‌ସେସେ ପୁରସ୍କାର ବିଜେତା ସାମାଜିକ କର୍ମୀଙ୍କୁ ମଝିବାଟରୁ ଗିରଫ କଲା ୟୁପି ପୁଲିସ

NDTV

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆୟୋଜିତ ହେଉଥିବା ଏକ ବିକ୍ଷୋଭ ର‍୍ୟାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ମାଗ୍‌ସେସେ ପୁରସ୍କାରରେ ସମ୍ମାନିତ ଜଣେ ସାମାଜିକ କର୍ମୀଙ୍କୁ ଉତ୍ତରପ୍ରଦେଶ ପୁଲିସ ମଝି ବାଟରୁ ଗିରଫ କରିନେବା ଘଟଣା ଆଜି ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ମାଗ୍‌ସେସେ ପୁରସ୍କାର ବିଜେତା ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେ ଆଜି ଅପରାହ୍ଣରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା (ଏନ୍‌ଆରସି)କୁ ବିରୋଧ କରି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେଉଥିବା ଏକ ବିକ୍ଷୋଭ ର‍୍ୟାଲିରେ ଯୋଗ ଦେବାକୁ ଏକ ଅଟୋରେ ଯାଉଥିବା ବେଳେ ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ମଝି ବାଟରୁ ଗିରଫ କରି ନେଇଥିଲା। ଉଲ୍ଲେଖଯୋଗ୍ୟ, ମାଗ୍‌ସେସେ ପୁରସ୍କାର ବିଜେତା ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ମତମନ୍ତବ୍ୟ ଦେବାପରେ ସରକାରଙ୍କ ଚକ୍ଷୁଶୂଳ ହୋଇଥିଲେ।

publive-image News Nation

ତେବେ, ସାମାଜିକ କର୍ମୀ ସନ୍ଦୀପ ପାଣ୍ଡେଙ୍କ ଗିରଫଦାରୀକୁ ସବୁ ମହଲରୁ ବିରୋଧ କରାଯିବା ପରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିଷେଧାଦେଶକୁ ଭଙ୍ଗ କରିଥିବା କାରଣରୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୧ ବଳରେ ତାଙ୍କୁ ଗରଫ କରାଯାଇଛି ବୋଲି ଉତ୍ତରପ୍ରଦେଶ ପୁଲିସ ନିଜ ସଫେଇରେ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe