ଶୁକ୍ରବାର ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ, ଫଡନବୀସଙ୍କୁ ଭେଟିଲେ ଅଜିତ ପାଓ୍ବାର

Advertisment
ଶୁକ୍ରବାର ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ, ଫଡନବୀସଙ୍କୁ ଭେଟିଲେ ଅଜିତ ପାଓ୍ବାର

ମୁମ୍ବାଇ : ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ ଓ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଶିବସେନା ପକ୍ଷରୁ ଗୁରୁବାର ସଂକେତ ଦିଆଯାଇଛି ଯେ ଜୁଲାଇ ୧୪ରେ ରାଜ୍ୟ କ୍ୟାବିନେଟର ସମ୍ପ୍ରସାରଣ ଓ ବିଭାଗ ବଣ୍ଟନ ହେବ । ତେବେ ଶିବସେନା (ଉଦ୍ଧବ ଗୋଷ୍ଠୀ) ସିନ୍ଦେ ଗୋଷ୍ଠୀକୁ ଟାର୍ଗେଟ୍ କରି କହିଛି ଯେ  ସିନ୍ଦେ ଗୋଷ୍ଠୀର ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସ୍ଥାନ ମିଳିବାର ସମ୍ଭାବନା ନାହିଁ ।

ଗତ ଜୁଲାଇ ୨ରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଅଜିତ ପାୱାର ଏବଂ ତାଙ୍କ ଦଳର ଅନ୍ୟ ୮ ଜଣ ବିଧାୟକ ବିଦ୍ରୋହ କରି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କର ଏହି ପଦକ୍ଷେପ ପରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ସଂଗଠନରେ ବିଭାଜନ ଘଟିଥିଲା। କିନ୍ତୁ ମନ୍ତ୍ରୀଭାବେ ଶପଥ ନେଇଥିବା ଉକ୍ତ ଏନସିପି ବିଧାୟକମାନଙ୍କୁ  ଏପର୍ଯ୍ୟନ୍ତ କୌଣସି ବିଭାଗ ବଣ୍ଟନ କରାଯାଇନାହିଁ । ଏଣୁ କାହାକୁ କେଉଁ ବିଭାଗ ମିଳିବ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପରିସ୍ଥିତିର ଫାଇଦା ନେଇ ଶିବସେନା (ଉଦ୍ଧବ ଗୋଷ୍ଠୀ) ସିନ୍ଦେ ଗୋଷ୍ଠୀକୁ ଟାର୍ଗେଟ କରିଚାଲିଛି ।

ଶିବସେନା ମୁଖପାତ୍ର ସଞ୍ଜୟ ଶିରସାତ୍ ଗୁରୁବାର କହିଛନ୍ତି ଯେ ଶୁକ୍ରବାର କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ବିଭାଗ ଆବଣ୍ଟନର ୯୯ ପ୍ରତିଶତ ସମ୍ଭାବନା ରହିଛି। ତେବେ କ୍ୟାବିନେଟ ସଂପ୍ରସାରଣ ଉପଯୁକ୍ତ ସମୟରେ କରାଯିବ ବୋଲି ଶିବସେନା ବିଧାୟକ ତଥା ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe